ଗତ ନଭେମ୍ବର ମାସରୁ ନାଶିକରେ ଛପା ହୋଇନି ୫୦୦ ଟଙ୍କିଆ ନୋଟ୍‌

Advertisment
ଗତ ନଭେମ୍ବର ମାସରୁ ନାଶିକରେ ଛପା ହୋଇନି ୫୦୦ ଟଙ୍କିଆ ନୋଟ୍‌

ନାଶିକ: ନାଶିକସ୍ଥିତ କରେନ୍‌ସି ନୋଟ୍‌ ପ୍ରେସ୍‌ (ସିଏନ୍‌ପି)ରେ ୫୦୦, ୨୦୦, ୧୦୦ ଏବଂ ୨୦ ଟଙ୍କିଆ ମୁଦ୍ରଣ ୪୪% କମି ଯାଇଛି।
ଗତବର୍ଷ ନଭେମ୍ବର ମାସରୁ ୫୦୦ ଟଙ୍କିଆ ନୋଟ୍‌ ମୁଦ୍ରଣ ସ୍ଥଗିତ ଥିବାବେଳେ, ୨୦୦, ୧୦୦ ଏବଂ ୨୦ ଟଙ୍କିଆ ନୋଟ୍‌ ଏ ବର୍ଷ ଏପ୍ରିଲ୍‌ ପହିଲାରୁ ବନ୍ଦ ହୋଇଛି। ୨୦୧୭-୧୮ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ସିଏନ୍‌ପି-ନାଶିକ ପ୍ରତି ଧାର୍ଯ୍ୟ କରିଥିବା ୧୮୦୦ ନିୟୁତ ଖଣ୍ଡ ୫୦୦ ଟଙ୍କିଆ ନୋଟ୍‌ ଛାପା ପୂର୍ଣ୍ଣ ହୋଇଥିବାରୁ ସେଠାରେ ମୁଦ୍ରଣ କାମ ବନ୍ଦ ରହିଛି। ୨୦ ଏବଂ ୧୦୦ ଟଙ୍କିଆ ନୋଟ୍‌ର ନୂଆ ଡିଜାଇନ୍‌ କରାଯାଉଥିବାରୁ ଏପ୍ରିଲ୍‌ ପହିଲା ଠାରୁ ଏହାର ଛାପା ବନ୍ଦ ରହିଛି।

publive-image

୨୦୦ ଟଙ୍କିଆ ନୋଟ୍‌ ମୁଦ୍ରଣ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ମଧ୍ୟପ୍ରଦେଶ ଅନ୍ତର୍ଗତ ସିଏନ୍‌ପି-ଦେଓ୍ଵାସରେ ବରାଦ ଦେଇଥିବାରୁ ନାଶିକ ଉତ୍ପାଦନ ବନ୍ଦ ରଖିଛି। ସଂପ୍ରତି ସିଏନ୍‌ପି-ନାଶିକ କେବଳ ୧୦ ଓ ୫୦ ଟଙ୍କିଆ ନୋଟ୍‌ ମୁଦ୍ରଣ କରୁଛି।

ଦୈନିକ ଉତ୍ପାଦନ ୧୮ ନିୟୁତ ଖଣ୍ଡରୁ ହ୍ରାସ ପାଇ ୧୦ ନିୟୁତ ଖଣ୍ଡରେ ପହଞ୍ଚିଛି। ଏପ୍ରିଲ୍‌ ୧୬ ତାରିଖ ଠାରୁ ପୁଣି ୫୦୦ ଟଙ୍କିଆ ନୋଟ୍‌ର ପୁର୍ନମୁଦ୍ରଣ ଆରମ୍ଭ ହୋଇଛି ବୋଲି ସିଏନ୍‌ପି-ନାଶିକ ଜଣେ ଅଧିକାରୀ କହିଛନ୍ତି। କିନ୍ତୁ ପରିମାଣ ଖୁବ୍‌ ସ୍ୱଳ୍ପ ବୋଲି ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe