ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୧୭.୮୨ କୋଟି

Advertisment
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୧୭.୮୨ କୋଟି

NewsBust

ନୂଆଦିଲ୍ଲୀ: ମାର୍ଚ୍ଚ ୨୦୧୫ରୁ ନଭେମ୍ବର ୨୦୧୯ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତ ବାବଦରେ ଖର୍ଚ୍ଚ ହୋଇଛି ୫୧୭.୮୨ କୋଟି ଟଙ୍କା। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ୫୮ଟି ଦେଶ ଗସ୍ତ କରିଛନ୍ତି। ଆଜି ସଂସଦର ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍‌। ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ମୁରଲୀଧରନ ପ୍ରଦାନ କରିଥିବା ବିବରଣୀ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା, ରୁଷିଆ ଏବଂ ଚୀନ୍‌ ପ୍ରତ୍ୟେକକୁ ପାଞ୍ଚ ଥର ପରିଦର୍ଶନ କରିଛନ୍ତି ଏବଂ ସିଙ୍ଗାପୁର, ଜର୍ମାନୀ, ଫ୍ରାନ୍‌ସ, ଶ୍ରୀଲଙ୍କା ଏବଂ ସଂଯୁକ୍ତ ଆରବ ଏମିରେଟ୍‌ସ ସମେତ ଅନ୍ୟ ଦେଶକୁ ଏକାଧିକ ଥର ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ କରିଥିବା କିଛି ଗସ୍ତ ବହୁ ଦେଶ ଭ୍ରମଣ ହୋଇଥିବା ବେଳେ କେତେକ ଦ୍ୱିପାକ୍ଷିକ ଗସ୍ତ ମଧ୍ୟ ରହିଥିଲା। ଗତ ବର୍ଷ ନଭେମ୍ବର ୧୩ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଶେଷ ବିଦେଶ ଗସ୍ତ ଥିଲା ବ୍ରାଜିଲ୍‌। ସେଠାରେ ବ୍ରାଜିଲ-ରୁଷ- ଭାରତ- ଚୀନ୍‌- ଦକ୍ଷିଣ ଆଫ୍ରିକା (ବ୍ରିକ୍ସ) ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe