ଶିକ୍ଷା ପାଇଁ ୫୭୧୮ କୋଟିର ପ୍ରକଳ୍ପ ଓଡ଼ିଶା ସହ ୬ ରାଜ୍ୟରେ କାର୍ଯ୍ୟକାରୀ ହେବ, ବିଶ୍ୱବ୍ୟାଙ୍କ ଦେବ ୩୭୦୦ କୋଟିର ସହାୟତା

ସ୍କୁଲ ଖୋଲିଲେ ରିଭିଜନ୍‌ କ୍ଲାସ୍, ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଲାଗୁ

India TV News

ନୂଆଦିଲ୍ଲୀ : ବିଶ୍ୱ ବ୍ୟାଙ୍କ ସହଯୋଗରେ ଶିକ୍ଷା କ୍ଷେତ୍ର ଲାଗି କାର୍ଯ୍ୟକାରୀ ହେବାକୁ ଥିବା ୫୭୧୮ କୋଟି ଟଙ୍କାର ଏକ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ରେ ମଞ୍ଜୁରି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ‘ଷ୍ଟ୍ରେନ୍‌ଦେନିଂ ଟିଚିଙ୍ଗ୍-ଲର୍ଣ୍ଣିଂ ଆଣ୍ଡ୍‌ ରେଜଲ୍ଟସ୍‌ ଫର୍ ଷ୍ଟେଟ୍‌ସ୍ (ଷ୍ଟାରସ୍‌) ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପ ପାଇଁ ବିଶ୍ବ ବ୍ୟାଙ୍କ ପ୍ରାୟ ୩୭୦୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛି। ଏହି ପ୍ରକଳ୍ପ ହିମାଚଳ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ ଏବଂ ଓଡ଼ିଶାରେ ଲାଗୁ କରାଯିବ। ଶିକ୍ଷାର ମାନ ଉନ୍ନତ କରିବା ନିମନ୍ତେ ଚିହ୍ନିତ ରାଜ୍ୟମାନଙ୍କୁ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ନିମନ୍ତେ ବିଭିନ୍ନ ପ୍ରକାର ସହାୟତା ମିଳିବ। ଏହି ପ୍ରକଳ୍ପ ବ୍ୟତୀତ, ଗୁଜରାଟ, ତାମିଲନାଡୁ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ ଏବଂ ଆସାମ ଭଳି ୫ଟି ରାଜ୍ୟରେ ଏଡିବି ସହାୟତାରେ ମଧ୍ୟ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ମଧ୍ୟ ଆଜି ଘୋଷଣା କରାଯାଇଛି।

ପ୍ରତିଟି ରାଜ୍ୟ ନିଜ ଅଭିଜ୍ଞତାକୁ ଅନ୍ୟ ରାଜ୍ୟ ସହ ବାଣ୍ଟିବେ। ଷ୍ଟାର୍‌ସ୍‌ ପ୍ରକଳ୍ପରେ ‘ଆପାତକାଳୀନ ପ୍ରତିକ୍ରିୟା ଉପାଦାନ’ ରହିଛି। ପ୍ରାକୃତିକ, ମନୁଷ୍ୟକୃତ ଓ ସ୍ବାସ୍ଥ୍ୟ ବିପର୍ଯ୍ୟୟ ବେଳେ ସ୍କୁଲ୍‌ ବନ୍ଦ ହେବ, ଭିତ୍ତିଭୂମିକୁ କ୍ଷତି ପହଞ୍ଚିବା, ଉପଯୁକ୍ତ ବ୍ୟବସ୍ଥା ନଥିବା କିମ୍ବା ଘରେ ରହି ଯେଭଳି ପାଠପଢ଼ାଇ ହେବ ସେହି ସବୁ ପ୍ରକାର ବ୍ୟବସ୍ଥା କରିବା ଲାଗି ସରକାର ହସ୍ତକ୍ଷେପ କ‌ରିବେ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ୍ ଶିକ୍ଷା ଓ ସାକ୍ଷରତା ବିଭାଗ ଅଧୀନରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ନୂତନ ଯୋଜନା ଭାବେ ‘ଷ୍ଟାର୍‌ସ୍‌’ ପ୍ରକଳ୍ପ ଲାଗୁ କରାଯିବ। ଏହି ପ୍ରକଳ୍ପ ୨୦୨୦ ଜାତୀୟ ଶିକ୍ଷା ନୀତିର ‘ମାନ-ଭିତ୍ତିକ ଶିକ୍ଷା ଫଳାଫଳ’ ଲକ୍ଷ୍ୟ ଉପରେ ପର୍ଯ୍ୟବେସିତ। ଏହି ପ୍ରକଳ୍ପ ଦ୍ବାରା ରାଜ୍ୟ ସ୍ତରରେ ଆଦ୍ୟ ବାଲ୍ୟ ଶିକ୍ଷାରେ ଉନ୍ନତି ଆଣିବା, ପାଠପଢ଼ା ବ୍ୟବସ୍ଥାରେ ଉନ୍ନତି, ପ୍ରଧାନ ଶିକ୍ଷକ ଓ ପ୍ରିନ୍‌ସିପାଲଙ୍କୁ ପ୍ରଶିକ୍ଷଣ, ଶିକ୍ଷକ ବିକାଶ ଏବଂ ସ୍କୁଲ୍ ନେତୃତ୍ବ ବ୍ୟବସ୍ଥାରେ ଉନ୍ନତି ଓ ସ୍କୁଲ ସ୍ତରରେ ଧନ୍ଦାମୂଳକ ଶିକ୍ଷାକୁ ସୁଦୃଢ଼ କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe