୬୩୯ କୋଟି ଟଙ୍କାରେ ସୈନ୍ୟବାହିନୀ ପାଇଁ କିଣାଯିବ ୧ଲକ୍ଷ ୮୬ ହଜାର ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌

Advertisment
୬୩୯ କୋଟି ଟଙ୍କାରେ ସୈନ୍ୟବାହିନୀ ପାଇଁ କିଣାଯିବ ୧ଲକ୍ଷ ୮୬ ହଜାର ବୁଲେଟ୍‌  ପ୍ରୁଫ୍‌ ଜ୍ୟାକେଟ୍‌

ନୂଆଦିଲ୍ଲୀ: ସେନାବାହିନୀର ପଦାତିକ ସୈନିକମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି ସରକାର। ଅତ୍ୟାଧୁନିକ ଜ୍ଞ୍ୟାନକୌଶଳରେ ନିର୍ମିତ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ ପାଇବେ ପଦାତିକ ବାହିନୀର ସୈନିକମାନେ। ଏଥିପାଇ ଗତକାଲି କେନ୍ଦ୍ର ସରକାର ୬୩୯ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଛନ୍ତି।
ସେନାବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସରକାର ୧ ଲକ୍ଷ ୮୬ ହଜାର ୧୩୮ଟି ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ କିଣିବା ପାଇଁ ଘରୋଇ ସଂସ୍ଥା ଏସଏମପିପି ପ୍ରାଇଭେଟ୍‌ ଲିମିଟେଡ୍‌ ସହିତ ଚୁକ୍ତି କରିଛନ୍ତି। ଏହି ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟଗୁଡ଼ିକ ସୁରକ୍ଷା ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ।ଏହାକୁ ବ୍ୟବହାର କରୁଥିବା ସୈନିକ ଓ ସେ ସାମନା କରୁଥିବା ପରିବେଶ ନେଇ ପ୍ରସ୍ତୁତ ଏହି ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ସୈନିକମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବ। କେବଳ ସେତିକି ନୁହେଁ, ଏହି ଜ୍ୟାକେଟ୍‌ ସୈନିକଙ୍କୁ ୩୬୦ ଡିଗ୍ରି ସୁରକ୍ଷା ପ୍ରଦାନ କରିବ। ଆସନ୍ତା ମାସେ ଦୁଇମାସ ମଧ୍ୟର ଏସଏମପିପି ପ୍ରାଇଭେଟ୍‌ ଲିମିଟେଡ୍‌ ସୈନ୍ୟବାହିନୀକୁ ଏହି ଜ୍ୟାକେଟ ଯୋଗାଣ ଆରମ୍ଭ କରିବ ଓ ସମସ୍ତ ୧ଲକ୍ଷ ୮୬ ହଜାର ଜ୍ୟାକେଟ ଯୋଗାଣ କାର୍ଯ୍ୟ ୩ ବର୍ଷ ମଧ୍ୟରେ ଶେଷ କରିବ।ଏହି ଜ୍ୟାକେଟ ସେନାବାହିନୀର ସମସ୍ତ ବୈଷୟିକ ପାରାମିଟରକୁ ପୂରଣ କରୁଛି ବୋଲି ଏସଏମପିପି ପ୍ରାଇଭେଟ୍‌ ଲିମିଟେଡ୍‌ ର ଅଧ୍ୟକ୍ଷ ଏସସି କନସଲ କହିଛନ୍ତି।

publive-image
ସୂଚନାଯୋଗ୍ୟ ଯେ ସୈନ୍ୟବାହିୀନୀ ପାଇଁ ଏହି ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ କିଣିବା ପାଇଁ ପୂର୍ବରୁ ମଧ୍ୟ ଉଦ୍ୟମ ହୋଇଛି ମାତ୍ର ଯେଉଁ ସଂସ୍ଥା ଏହାକୁ ଯୋଗାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ, ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଜ୍ୟାକେଟ୍‌ କ୍ଷେତ୍ର ପରୀକ୍ଷାରେ ଉତୀର୍ଣ୍ଣ ହୋଇ ପାରି ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe