୬୪ କୋଟି ଟଙ୍କାର ବୋଫର୍ସ ଦୁର୍ନୀତି ମାମଲା: ଆମେରିକାର ସହଯୋଗ ଲୋଡ଼ିଲା ସିବିଆଇ

Advertisment

୬୪ କୋଟି ଟଙ୍କାର ବୋଫର୍ସ ଲାଞ୍ଚ ଦୁର୍ନୀତି ମାମଲାର ତଦନ୍ତ କରିବାପାଇଁ ସିବିଆଇ ଆମେରିକାଠାରୁ ସହଯୋଗ ମାଗିଛି। ଏଥିପାଇଁ ସିବିଆଇ ଆମେରିକାକୁ ଏକ ‘ଏଲ୍‌ଆର’ (ଲେଟର୍‌ ଫର୍‌ ରୋଗେଟୋରି)  ତଥା ଅନୁରୋଧ ପତ୍ର ପଠାଇଛି।

୬୪ କୋଟି ଟଙ୍କାର ବୋଫର୍ସ ଲାଞ୍ଚ ଦୁର୍ନୀତି ମାମଲାର ତଦନ୍ତ କରିବାପାଇଁ ସିବିଆଇ ଆମେରିକାଠାରୁ ସହଯୋଗ ମାଗିଛି। ଏଥିପାଇଁ ସିବିଆଇ ଆମେରିକାକୁ ଏକ ‘ଏଲ୍‌ଆର’ (ଲେଟର୍‌ ଫର୍‌ ରୋଗେଟୋରି)  ତଥା ଅନୁରୋଧ ପତ୍ର ପଠାଇଛି।

sffsxccd

ନୂଆଦିଲ୍ଲୀ: ୬୪ କୋଟି ଟଙ୍କାର ବୋଫର୍ସ ଲାଞ୍ଚ ଦୁର୍ନୀତି ମାମଲାର ତଦନ୍ତ କରିବାପାଇଁ ସିବିଆଇ ଆମେରିକାଠାରୁ ସହଯୋଗ ମାଗିଛି। ଏଥିପାଇଁ ସିବିଆଇ ଆମେରିକାକୁ ଏକ ‘ଏଲ୍‌ଆର’ (ଲେଟର୍‌ ଫର୍‌ ରୋଗେଟୋରି)  ତଥା ଅନୁରୋଧ ପତ୍ର ପଠାଇଛି। ‘ଏଲ୍‌ଆର୍‌’ ହେଉଛି ନ୍ୟାୟିକ ସହଯୋଗ ପାଇଁ  ବିଦେଶ କୋର୍ଟକୁ ଔପଚାରିକ ଅନୁରୋଧ ପଠାଯିବା।  ୬୪ କୋଟି ଟଙ୍କାର ବୋଫର୍ସ  ଦୁର୍ନୀତି ମାମଲାରେ ତଦନ୍ତ ପାଇଁ ଘରୋଇ ତଦନ୍ତକାରୀ ମାଇକେଲ୍‌ ହର୍ସମ୍ୟାନ୍‌ଙ୍କଠାରୁ ଭାରତ ଗୁରୁତ୍ବପୂର୍ଣ୍ଣ ସୂଚନା ଚାହିଛି।  ୨୦୨୫ ଫେବ୍ରୁଆରିରେ ଏନେଇ ଅନୁରୋଧ କରାଯାଇଥିବା ଅଧିକାରୀମାନେ କହିଛନ୍ତି। 

ଉଲ୍ଲେଖଯୋଗ୍ୟ, ଫେୟାରଫାକ୍ସ ଗ୍ରୁପ୍‌ର ହର୍ସମ୍ୟାନ୍‌ ୨୦୧୭ରେ ଭାରତ ଗସ୍ତରେ ଆସିଥିଲେ ଏବଂ ସେ ଅଭିଯୋଗ କରିଥିଲେ ଯେ ବୋଫର୍ସ ମାମଲାରେ ତଦନ୍ତକୁ କଂଗ୍ରେସ ସରକାର ଲାଇନଚ୍ୟୁତ କରିଦେଇଛନ୍ତି।  ସେ ଦାବି କରିଛନ୍ତି ‌ଯେ ୧୯୮୬ରେ ତାଙ୍କୁ ମୁଦ୍ରା ନିୟନ୍ତ୍ରଣ ଆଇନର ଉଲ୍ଲଂଘନ ଏବଂ ମନି ଲଣ୍ଡରିଂ ମାମଲାରେ ତଦନ୍ତ ପାଇଁ ଭାରତର ଅର୍ଥ ମନ୍ତ୍ରାଳୟ ନିଯୁକ୍ତ କରିଥିଲେ। ଏଥି ମଧ୍ୟରୁ କିଛି ବୋଫୋର୍ସ ଚୁକ୍ତି ସହ ଜଡ଼ିତ।  ସିବିଆଇ ମଧ୍ୟ ହର୍ସମ୍ୟାନ୍‌ଙ୍କ ନିଯୁକ୍ତି ସଂକ୍ରାନ୍ତରେ ଅର୍ଥ ମନ୍ତ୍ରାଳୟ ନିକଟରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମାଗିଥିଲା। କିନ୍ତୁ  ମାମଲାଟି ବହୁତ ପୁରୁଣା ହୋଇଥିବାରୁ  କୌଣସି ରେକର୍ଡ ମିଳିନଥିଲା।      ୨୦୨୫ ଜାନୁଆରିରେ ଗୃହ ମନ୍ତ୍ରାଳୟ ସ୍ବୀକୃତି ଏବଂ ଏହାପରେ ଫେବ୍ରୁଆରିରେ ଏକ ସ୍ବତନ୍ତ୍ର କୋର୍ଟରୁ ଅନୁମତି ମିଳିବାପରେ ସିବିଆଇ ଆମେରିକୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ଔପଚାରିକ ଅନୁରୋଧ ପଠାଇଥିଲା।  ଉଲ୍ଲେଖଯୋଗ୍ୟ, ୧୯୮୬-୮୭ର ବୋଫର୍ସ ମାମଲା ଭାରତରେ ହଇଚଇ ସୃଷ୍ଟି କରିଥିଲା।  ୪୦୦ ହୋଇଜର୍‌ ତୋପ ଯୋଗାଣ ପାଇଁ ଚୁକ୍ତି ସୁରକ୍ଷିତ ରଖିବାପାଇଁ ସ୍ବିଡେନ୍‌ର ଏକ ଅସ୍ତ୍ର ନିର୍ମାଣକାରୀ ଏବି ବୋଫର୍ସ ଦ୍ବାରା ଭାରତୀୟ ରାଜନେତା ଏବଂ ପ୍ରତିରକ୍ଷା ଅଧିକାରୀଙ୍କୁ ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଥିଲା।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe