ରାଫେଲ ପାଇଁ ମଧ୍ୟସ୍ଥିକୁ ୬୫ କୋଟି ଲାଞ୍ଚ

Advertisment

ମିଥ୍ୟା ରସିଦ ବ୍ୟବହାର କରିଥିଲା କମ୍ପାନି, ଏହା ଜାଣି ବି ସିବିଆଇ ତଦନ୍ତ କରି ନଥିଲା

ମିଥ୍ୟା ରସିଦ ବ୍ୟବହାର କରିଥିଲା କମ୍ପାନି, ଏହା ଜାଣି ବି ସିବିଆଇ ତଦନ୍ତ କରି ନଥିଲା

ଫ୍ରାନ୍ସରୁ ୨୬ ରାଫେଲ, ୩ ସ୍କର୍ପିନ ବୁଡ଼ାଜାହାଜ କ୍ରୟ ପାଇଁ ପ୍ରତିରକ୍ଷା ମଂଜୁରି

Anadolu Agency

ନୂଆଦିଲ୍ଲୀ : ଫରାସୀ କମ୍ପାନି ଡାସଲ୍ଟ ଏଭିଏସନ ୩୬ଟି ଲଢୁଆ ରାଫେଲ ଜେଟ୍‌ ବିକ୍ରିକୁ ସୁରକ୍ଷିତ କରିବା ପାଇଁ ମଧ୍ୟସ୍ଥିଙ୍କୁ ଅତି କମ୍‌ରେ ୭.୫ ନିୟୁତ ୟୁରୋ ବା ପ୍ରାୟ ୬୫ କୋଟି ଟଙ୍କା ଲାଞ୍ଚ ଦେଇଛି। ମଧ୍ୟସ୍ଥିଙ୍କୁ ଲାଞ୍ଚ ଦେବା ପାଇଁ ଫ୍ରାନ୍ସର ଏହି ବିମାନ ନିର୍ମାତା ଡାସଲ୍ଟ ଏଭିଏସନ୍‌ ମିଛ ରସିଦ ବା ଇନଭଏସ୍‌ ବ୍ୟବହାର କରିଛି। ତଥ୍ୟ-ପ୍ରମାଣ ପାଇବା ସତ୍ତ୍ବେ ସିବିଆଇ ଏହାର ତଦନ୍ତ କରିନାହିଁ ବୋଲି ଏକ ଫରାସୀ ପୋର୍ଟାଲ ମିଡିଆପାର୍ଟ ଦାବି କରିଛି।

ମିଡିଆପାର୍ଟ ଅଭିଯୋଗ କରିଛି ଯେ ଡାସଲ୍ଟ ଯେପରି ମଧ୍ୟସ୍ଥି ସୁସେନ୍‌ ଗୁପ୍ତାଙ୍କୁ ୬୫ କୋଟି ଟଙ୍କା ଦେଇପାରିବ, ସେଥିପାଇଁ ମିଥ୍ୟା ରସିଦର ସାହାରା ନିଆଯାଇଥିଲା। ଏହି ଟଙ୍କା କଂଗ୍ରେସ-ନେତୃତ୍ବାଧୀନ ଉପା ସରକାର ଅମଳରେ ୨୦୦୪ରୁ ୨୦୧୩ ମଧ୍ୟରେ ଦିଆଯାଇଥଲା। ୨୦୧୪ରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର କ୍ଷମତାକୁ ଆସିବା ପରେ ଉପା ଅମଳରେ ହୋଇଥିବା ଚୁକ୍ତିକୁ ଅଗ୍ରାହ୍ୟ କରି ସିଧା ଫ୍ରାନ୍ସ ସରକାରଙ୍କ ସହ ଚୁକ୍ତି କରିଥିଲା। ପୂର୍ବରୁ ଅଗଷ୍ଟା-ୱେଷ୍ଟଲାଣ୍ଡ ମାମଲାରେ ଲାଞ୍ଚ କାରବାର ପାଇଁ ସୁସେନ ଗୁପ୍ତା ଗିରଫ ହୋଇଥିଲା।

ରିପୋର୍ଟ ଅନୁସାରେ ଲାଞ୍ଚ କାରବାର ହୋଇଥିବା ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପାଖରେ ପ୍ରମାଣ ଥିଲେ ମଧ୍ୟ ସେମାନେ ଏହା ଉପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ସିବିଆଇ ଓ ଇଡି ଅଧିକାରୀମାନଙ୍କ ହାତରେ ୨୦୧୮ ଅକ୍ଟୋବର ମାସରୁ ଏ ସମ୍ବନ୍ଧୀୟ ପ୍ରମାଣ ଲାଗିଛି ବୋଲି ମିଡିଆପାର୍ଟ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe