ଗେମିଂ ଆପରେ ପ୍ରଥମେ ଲାଭ ଦେଇ ପରେ ଲୋକଙ୍କୁ ଠକୁଥିଲେ ବ୍ୟବସାୟୀ, ଇଡିର ଚଢ଼ଉ ପରେ ଜବତ ହେଲା ୭କୋଟି

Advertisment
ଗେମିଂ ଆପରେ ପ୍ରଥମେ ଲାଭ ଦେଇ ପରେ ଲୋକଙ୍କୁ ଠକୁଥିଲେ ବ୍ୟବସାୟୀ, ଇଡିର ଚଢ଼ଉ ପରେ ଜବତ ହେଲା ୭କୋଟି

indiatoday

କୋଲକାତା: ଗେମିଂ ଆପରେ ପ୍ରଥମେ ଲାଭ ଦେଇ ପରେ ଲୋକଙ୍କୁ ଠକୁଥିଲେ ବ୍ୟବସାୟୀ। ଇଡିର ଚଢ଼ଉ ପରେ ଜବତ ହେଲା ୭କୋଟି।ମୋବାଇଲ୍ ଗେମିଂ ଆପ୍ ଜରିଆରେ ଠକେଇର ଅଭିଯୋଗ ହେବା ପରେ ଏନେଇ ଯାଞ୍ଚ ଆରମ୍ଭ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଯାଞ୍ଚ ସମୟରେ ଇଡି ୬ଟି ସ୍ଥାନରେ ଚଢ଼ଉ କରିଥିବା ବେଳେ ୭କୋଟି ଟଙ୍କା ଜବତ କରିଥିବା ଜଣାପଡ଼ିଛି। ବ୍ୟାଙ୍କ ଅଧିକାରୀଙ୍କ ସହ ଇଡି ଅଧିକାରୀଙ୍କ ଏକ ଟିମ୍ ଶନିବାର କୋଲକାତାର ଗାର୍ଡେନ୍ ରିଚ୍ ଅଞ୍ଚଳରେ ରହୁଥିବା ବ୍ୟବସାୟୀ ଆମୀର ଖାନଙ୍କ ଘର ଉପରେ ଚଢ଼ଉ କରି ୭କୋଟି ଟଙ୍କା ନଗଦ ଏବଂ ସମ୍ପତ୍ତି ଦସ୍ତାବିଜ ଜବତ କରିଥିବା ଜଣାପଡ଼ିଛି।

ଏବେ ବି ଏହି ଚଢ଼ଉ ଚାଲିଥିବା ବେଳେ ଏହି ଅଞ୍ଚଳରେ କେନ୍ଦ୍ରୀୟ ବାହିନୀକୁ ନିୟୋଜିତ କରାଯାଇଛି। ଆମୀର ଖାନ ଇ-ନଗେଟସ୍ ନାମକ ଏକ ମୋବାଇଲ୍ ଗେମିଂ ଆପ୍ ବ୍ୟବହାରକାରୀଙ୍କୁ ଠକିଥିବା ନେଇ ଫେଡେରାଲ୍ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ବାରା ଅଭିଯୋଗ କରାଯିବା ପରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅଧୀନରେ ଏକ ମାମଲା ରୁଜୁ ହୋଇଥିଲା।

ଇଡି ଅଧିକାରୀଙ୍କ କହିବାନୁସାରେ, ମୋବାଇଲ୍ ଗେମିଂ ଆପରେ ପ୍ରଥମେ ଲୋକମାନଙ୍କୁ ପୁରସ୍କାର ଆକାରରେ କମିଶନ ଦିଆଯାଇ ପ୍ରଲୋଭିତ କରାଯାଇଥିଲା। ଏହା ପରେ ଲୋକମାନଙ୍କୁ ଏହି ଆପ ପ୍ରତି ଅଧିକ ଆକର୍ଷିତ ହୋଇଥିଲେ। ଟଙ୍କା ମିଳୁଥିବା ଦେଖି ଲୋକମାନେ ଅଧିକ କମିଶନ ପାଇବା ପାଇଁ ବିପୁଳ ପରିମାଣର ଅର୍ଥ ବିନିଯୋଗ କରିବା ଆରମ୍ଭ କରିଥିଲେ। ଏହା ପରେ ଆପ୍ ସଞ୍ଚାଳକ ଲୋକଙ୍କୁ ଠକିବା ଆରମ୍ଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe