ଅର୍ପିତାଙ୍କ ଦୁଇଟି ଆକାଉଣ୍ଟ୍‌ରୁ ୮ କୋଟି ଜବତ

Advertisment
ଅର୍ପିତାଙ୍କ ଦୁଇଟି ଆକାଉଣ୍ଟ୍‌ରୁ ୮ କୋଟି ଜବତ

NewsroomPost

କୋଲକାତା : ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସାନି ଚଢ଼ଉ କରି ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଦୁଇଟି କମ୍ପାନିର ବ୍ୟାଙ୍କ ଆକାଉଣ୍ଟରୁ ୮ କୋଟି ଟଙ୍କା ଜବତ କରିଛି। ଇଡି ତଦନ୍ତରୁ ଜାଣିପାରିଛି ଯେ, ଅର୍ପିତାଙ୍କ ମାଲିକାନା ଓ ନିୟନ୍ତ୍ରଣରେ ଥିବା କମ୍ପାନି ଜରିଆରେ ବିପୁଳ ପରିମାଣର କଳା ଟଙ୍କାକୁ ଧଳା କରାଯାଇଛି। କମ୍ପାନି ଦ୍ବୟର ବ୍ୟାଙ୍କ ଖାତାକୁ ଶନିବାର ଅଚଳ କରିଦିଆଯାଇଛି। ତାଙ୍କ ନାମରେ ଥିବା ଅନେକ ସେଲ୍‌ କମ୍ପାନି ମଧ୍ୟ ଇଡି ସ୍କାନରରେ ରହିଛି।

ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀ ଯୁଗ୍ମ ନାମରେ ବୋଲପୁରର ଶାନ୍ତିନିକେତନ ନିକଟବର୍ତ୍ତୀ ଶ୍ୟାମବାଟି ମୌଜାରେ ଜମି କିଣିଛନ୍ତି। ୨୦୧୨ ଜାନୁଆରି ୨୦ରେ ଏହି ଜମିର ବିକ୍ରି କବଲା ହୋଇଛି। ବର୍ତ୍ତମାନ ଉକ୍ତ ଜମିରେ ଏକ ଫାର୍ମହାଉସ୍ ଶୈଳୀର ଏକ ମହଲା କୋଠା ଅଛି ଏବଂ ଦୁହିଙ୍କ ନାଁର ମୂଳ ଅକ୍ଷରକୁ ମିଶାଇ କୋଠାର ନାଁ ରଖାଯାଇଛି ଅପା (ଅ=ଅର୍ପିତା, ପା=ପାର୍ଥ)। ତେବେ ସରକାରୀ ରେକର୍ଡରେ ଉକ୍ତ ଜମି ଏକା ଅର୍ପିତା ମୁଖାର୍ଜୀଙ୍କ ନାଁରେ ରହିଛି। ଜମିର ତତ୍ତ୍ବାବଧାରକଙ୍କ କହିବା ଅନୁସାରେ ପାର୍ଥ କିମ୍ବା ଅର୍ପିତା ସେଠାକୁ କେବେ ଆସିବାର ସେମାନେ ଦେଖିନାହାନ୍ତି। କେବେ କେମିତି ସେମାନଙ୍କ ବନ୍ଧୁ ବା ସମ୍ପର୍କୀୟ ସେଠାକୁ ଆସନ୍ତି, ଯାହାଙ୍କ ପରିଚୟ ଖୋଜିବା କଷ୍ଟକର। ସମ୍ପତ୍ତି ବାବଦ ଅନ୍ୟ ଦସ୍ତାବିଜଗୁଡ଼ିକର ଖୋଳତାଡ଼ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe