ଜଳ ଜୀବନ ମିସନ୍‌‌ରେ ଓଡ଼ିଶାକୁ ୮୧୨ କୋଟି

Advertisment
‘ଡ୍ରିଙ୍କ୍ ଫ୍ରମ୍‌ ଟ୍ୟାପ୍’ ଭୁବନେଶ୍ବରରେ ସରିବ କେବେ?

starofmysore.com

ନୂଆଦିଲ୍ଲୀ :‌ ଦେଶର ପ୍ରତ୍ୟେକ ଗ୍ରାମୀଣ ଘରେ ନିୟମିତ ଓ ଦୀର୍ଘକାଳୀନ ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଥିବା ‘ଜଳ ଜୀବନ ମିସନ୍‌’ରେ ଓଡ଼ିଶାକୁ ୨୦୨୦-୨୧ ପାଇଁ ୮୨୧ କୋଟି ଟଙ୍କା ମଂଜୁର କରିଛନ୍ତି। ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରକୁ ନଳ ପାଣି ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଦେଶବ୍ୟାପୀ ଜଳ ଜୀବନ ମିସନର କ୍ରିୟାନ୍ବୟନ ପାଇଁ ୩.୬୦ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି। ‌କେନ୍ଦ୍ର-ରାଜ୍ୟ ସହଭାଗିତାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାରୁ କେନ୍ଦ୍ର ସରକାର ଏ ବାବଦରେ ୨.୦୮ ଲକ୍ଷ କୋଟି ଓ ରାଜ୍ୟ ସରକାରମାନେ ୧.୫୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ।

ଗତବର୍ଷ ଓଡ଼ିଶାକୁ ଏହି ଯୋଜନାରେ ୨୯୭ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ତେଣୁ ଗତବର୍ଷ ତୁଳନାରେ ଚଳିତବର୍ଷ ଏହି ଯୋଜନାରେ ଓଡ଼ିଶାକୁ ଅଧିକ ଅର୍ଥ ପ୍ରଦାନ କରାଯାଇଛି। ରାଜ୍ୟର ୮୧ ଲକ୍ଷ ଗ୍ରାମୀଣ ପରିବାରରୁ ରାଜ୍ୟ ସରକାର ୧୬.୨୧ ଲକ୍ଷ ପରିବାରକୁ ୨୦୨୦-୨୧ରେ ଜଳ ସଂଯୋଗ ସୁବିଧା ପ୍ରଦାନ ଯୋଜନା ରଖିଛନ୍ତି। ୨୦୨୪ ସୁଦ୍ଧା ଶତ ପ୍ରତିଶତ ପରିବାରକୁ ପାଣି ଟ୍ୟାପ୍‌ ସଂଯୋଗ ଯୋଗାଇ ଦେବାର ଯୋଜନା ରାଜ୍ୟ ସରକାର ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe