ଶ୍ରମିକଙ୍କ ଆକାଉଣ୍ଟରେ ୯.୯୯ କୋଟି ଟଙ୍କା

Advertisment
୨୦୨୨-୨୩ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ: ଲକ୍ଷେ କୋଟିର କାମଚଳା ବଜେଟ୍‌

The Economic Times

ପାଟନା : ଦେଶରେ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଗରିବ ଗ୍ରାମବାସୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଚାନକ କୋଟି କୋଟି ଟଙ୍କା ଜମା ହୋଇଛି। ଏବେ ବିହାରର ସୁପୌଲ ଅଞ୍ଚଳରେ ରହୁଥିବା ବିପୁଲ୍‌ ଚୌହାନ ନାମକ ଜଣେ ଶ୍ରମିକଙ୍କ ନାମରେ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୯.୯୯କୋଟି ଟଙ୍କା ରହିଛି। ଗତକାଲି ଭିପୁଲ ନିଜର ଶ୍ରମ କାର୍ଡ ପାଇଁ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକ ସେବା ଆଉଟଲେଟକୁ ଯାଇଥିବା ବେଳେ ତାଙ୍କ ଆଧାର କାର୍ଡ ନମ୍ବର ବ୍ୟବହାର ହୋଇ ତାଙ୍କ ଆକାଉଣ୍ଟରେ ୯.୯୯ କୋଟି ଟଙ୍କା ଜମା କରାଯାଇଥିବା ଜଣାପଡିଥିଲା।

ଏହି ଆକାଉଣ୍ଟ ଅକ୍ଟୋବର ୧୩, ୨୦୧୬ ରେ ଖୋଲା ଯାଇଥିଲା ଏବଂ ଫେବୃଆରୀ ୨୦୧୭ରେ ଆକାଉଣ୍ଟରେ ଏହି ଟଙ୍କା ଜମା କରାଯାଇଥିଲା ବୋଲି ଜଣାପଡିଛି। ଏଥିସହ ସେହି ଆକାଉଣ୍ଟରେ ତାଙ୍କ ଆଧାର ନମ୍ବର ବ୍ୟତୀତ ଅନ୍ୟ କୌଣସି ଦସ୍ତଖତ କିମ୍ବା ଫଟୋ ନାହିଁ। ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ଯେ, ଏହା ଜାଣିବା ପରେ ଆମେ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଛୁ। ଏହି ଆକାଉଣ୍ଟ ସହିତ କାରବାରରେ ଅନ୍ୟ ଆକାଉଣ୍ଟଗୁଡିକ ବ୍ୟବହାର କରାଯାଇଛି କି ନାହିଁ ତାହା ଜାଣିବା ପାଇଁ ତଦନ୍ତ ଚାଲିଛି ।

ବିହାରରେ ଏହା ପ୍ରଥମ ଘଟଣା ନୁହେଁ। ବିହାରର ମୁଜାଫରପୁର ଜିଲ୍ଲାର କଟ୍ରା ପୋଲିସ ଷ୍ଟେସନ ଅନ୍ତର୍ଗତ ସିଙ୍ଗାରୀ ଗ୍ରାମରେ ରାମ ବାହାଦୂର ଶାହାଙ୍କ ବ୍ୟାଙ୍କ ଆକାଉଣ୍ଟରେ ନିକଟରେ ୫୨ କୋଟି ଟଙ୍କା ଜମା ହୋଇଥିଲା। ଅନ୍ୟ ଏକ ଘଟଣା କାଟିହାର ଜିଲ୍ଲାରେ ଦେଖାଦେଇଥିଲା ଯେଉଁଥିରେ ଦୁଇ ଜଣ ସ୍କୁଲ ଛାତ୍ର ଆଶିଷ କୁମାର ଏବଂ ଗୁରୁଚାର୍ଯ୍ୟ ବିଶ୍ୱଙ୍କ ଆକାଉଣ୍ଟରେ ୬,୨୦,୧୧,୧୦୦ ଏବଂ ୯୦,୫୨,୨୧,୨୨୩ ଟଙ୍କା ଅଚାନକ ଜମା ହୋଇଥିଲା। ଏହା ବ୍ୟତୀତ ରଣଜିତ ଦାସ ନାମକ ଜଣେ ବ୍ୟକ୍ତି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ୫.୫ ଲକ୍ଷ ଟଙ୍କା ପାଇବା ପରେ ଟଙ୍କା ଫେରସ୍ତ କରିବାକୁ ସେ ମନା କରିଦେଇଥିଲେ। ସେ ଦାବି କରିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଏହା ତାଙ୍କ ପାଖକୁ ପଠାଇଛନ୍ତି ଏବଂ ଉକ୍ତ ଅର୍ଥକୁ ସେ ଖର୍ଚ୍ଚ କରିଦେଇଛନ୍ତି। ସେ ଟଙ୍କା ଫେରସ୍ତ କରିନଥିବାରୁ ବ୍ୟାଙ୍କ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା ଏବଂ ସେ ବର୍ତ୍ତମାନ ଜେଲରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe