ନାଗରିକତା ସଂଶୋଧନ ବିଲ୍‌କୁ ନେଇ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ, ରାଜ୍ୟସଭା ଟିଭି ପ୍ରସାରଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଭେଙ୍କିଆ

ନାଗରିକତା ସଂଶୋଧନ ବିଲ୍‌କୁ ନେଇ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ, ରାଜ୍ୟସଭା ଟିଭି ପ୍ରସାରଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଭେଙ୍କିଆ

Image : RS TV

ନୂଆଦିଲ୍ଲୀ : ରାଜ୍ୟସଭାରେ ଆଜି ନାଗରିକତା ସଂଶୋଧନ ବିଲ୍‌ ଆଗତ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି ଅବସରରେ ବିଲ୍‌ ଉପରେ ବେଶ ଗରମାଗରମ ଆଲୋଚନା ଚାଲିଛି । ବିରୋଧୀ ଦଳମାନେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଘେରିଛନ୍ତି । ତେବେ ଆଜି ପରିସ୍ଥିତି ଏତେ ସରଗରମ ହୋଇଥିଲା ଯେ ବାଧ୍ୟ ହୋଇ ରାଜ୍ୟସଭା ଟିଭିର ପ୍ରସାରଣକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା ।

ଏହି ବିଲ ଉପରେ ଅମିତ ଶାହା ନିଜର ବକ୍ତବ୍ୟ ରଖୁଥିବାବେଳେ କଂଗ୍ରେସ, ଡିଏମକେ, ଟିଏମସି, ଆରଜେଡି, ବିଏସପି, ଏସପି ପରି ବିରୋଧୀ ଦଳର ନେତାମାନେ ପ୍ରବଳ ହଟ୍ଟଗୋଳ କରୁଥିଲେ ଓ ଗୃହକାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରୁଥିଲେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ହଟ୍ଟଗୋଳ କରୁଥିବା ସଦସ୍ୟମାନଙ୍କୁ ଚେତାବନୀ ଦେବା ସହ ସେମାନଙ୍କ ବକ୍ତବ୍ୟ ରେକର୍ଡକୁ ଯିବନାହିଁ ବୋଲି କହିଥିଲେ । ଏହି ସମୟରେ ସେ ଲାଲ ଆଲୋକ ଦବାଇଥିଲେ । ଏହାର ଅର୍ଥ ହେଉଛି ପ୍ରସାରଣ ବନ୍ଦ ପାଇଁ ସେ ନିର୍ଦ୍ଦେଶ ଦେଲେ ।

ଏବେ ଦେଶରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିବା ନାଗରିକତା (ସଂଶୋଧନ) ବିଲ୍‌-୨୦୧୯ ଗତ ସୋମବାରଦିନ ଲୋକସଭାରେ ଗୃହୀତ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe