କରୋନା ବୁଷ୍ଟର ଡୋଜ୍‌ ନେବାକୁ ଅନାଗ୍ରହ, ୧୦ କୋଟି କୋଭିସିଲ୍‌ଡ ଡୋଜ୍‌ ନଷ୍ଟ

Advertisment
କରୋନା ବୁଷ୍ଟର ଡୋଜ୍‌ ନେବାକୁ ଅନାଗ୍ରହ, ୧୦ କୋଟି କୋଭିସିଲ୍‌ଡ ଡୋଜ୍‌ ନଷ୍ଟ

ପୁନେ : କରୋନା ମହାମାରୀକୁ ନେଇ ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି। କରୋନା ବୁଷ୍ଟର ଡୋଜ୍‌ ନେବାପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ନାହିଁ। ଏଥିପାଇଁ ସରକାରଙ୍କ ବ୍ୟାପକ ପ୍ରୋତ୍ସାହନ ଓ ସଚେତନତା ସତ୍ତ୍ବେ ବୁଷ୍ଟର୍‌ ଡୋଜ ପାଇଁ ଲୋକେ ଆଗଭର ନହେବାରୁ ପ୍ରାୟ ୧୦ କୋଟି କୋଭିସିଲ୍ଡ ଡୋଜ୍‌ ନଷ୍ଟ ହୋଇଯାଇଛି। ଏସଆଇଆଇ (ସିରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ)ର ମାଲିକ ତଥା ସିଇଓ ଆଦର ପୁନାୱାଲା ଆଜି ଏହି ସୂଚନା ଦେଇଛନ୍ତି।

ପୁନାୱାଲା କହିଛନ୍ତି, କମ୍ପାନି ୨୦୨୧ ଡିସେମ୍ବରରୁ କୋଭିସିଲ୍ଡ ଉତ୍ପା‌ଦନ କରିବା ବନ୍ଦ କରିଦେଇଛି। ଗଚ୍ଛିତ ରହିଥିବା ପ୍ରାୟ ୧୦୦ ନିୟୁତ ଡୋଜ୍‌ ନଷ୍ଟ ହୋଇଯାଇଛି। ବୁଷ୍ଟର ଟିକାର କୌଣସି ଡିମାଣ୍ଡ୍‌ ନାହିଁ। ଲୋକେ କରୋନାକୁ ନେଇ ପୂରା ବିତସ୍ପୃହ ହୋଇଯାଇଛନ୍ତି। ମୁଁ ନିଜେ ମଧ୍ୟ କୋଭିଡକୁ ନେଇ ବିମୁଖ। ତେଣୁ ୨୦୨୧ ଡିସେମ୍ବରରୁ ଆମେ କୋଭିସିଲ୍ଡ ଉତ୍ପାଦନ କରିବା ବନ୍ଦ କରିଦେଇଛୁ। ବିକାଶଶୀଳ ରାଷ୍ଟ୍ରର କୋଭିଡି ଟିକା ନିର୍ମାତାଙ୍କ ବାର୍ଷିକ ବୈଠକ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ପୁନାୱାଲା ଆଜି ଏହି ଟିପ୍ପଣୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe