୨୦ କୋଟିର ଡିଜେବି ଦୁର୍ନୀତି, ମାମଲା ରୁଜୁ ପାଇଁ ଏଲ୍‌ଜିଙ୍କ ନିର୍ଦ୍ଦେଶ

୨୦ କୋଟିର ଡିଜେବି ଦୁର୍ନୀତି, ମାମଲା ରୁଜୁ ପାଇଁ ଏଲ୍‌ଜିଙ୍କ ନିର୍ଦ୍ଦେଶ

ANI News

ନୂଆଦିଲ୍ଲୀ : ୨୦ କୋଟି ଟଙ୍କାର ଏକ ହେରଫେର ମାମଲାରେ ଦିଲ୍ଲୀ ଜଳ ବୋର୍ଡ (ଡିଜେବି) ଅଧିକାରୀମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଉପରାଜ୍ୟପାଳ ଭିକେ ସାକ୍ସେନା ମୁଖ୍ୟ ଶାସନ ସଚିବଙ୍କୁ ଶନିବାର ନିର୍ଦ୍ଦେଶ ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ୨୦୧୯ରେ ଏହି ଦୁର୍ନୀତି ପ୍ରଥମେ ନଜରକୁ ଆସିଥିଲା ଯେତେବେଳେ ପାଣି ବିଲ୍ ବାବଦକୁ ଖାଉଟିଙ୍କଠାରୁ ୨୦ କୋଟିରୁ ଅଧିକ ଟଙ୍କା ଆଦାୟ କରାଯାଇ ତାହା ଦିଲ୍ଲୀ ଜଳ ବୋର୍ଡର ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇ ନ ଥିବା ଅଭିଯୋଗ ହୋଇଥିଲା। ତେବେ ଏଭଳି ଗୁରୁତର ଅଭିଯୋଗ ସତ୍ତ୍ବେ ଯେଉଁ କମ୍ପାନିକୁ ନଗଦ ବା ଚେକ୍ ଆକାରରେ ବିଲ୍ ଆଦାୟ କରିବାର ଦାୟିତ୍ବ ଦିଆଯାଇଥିଲା, ତା’ର ଠିକା ଅବଧିକୁ ପୁଣି ବୃଦ୍ଧି କରାଯାଇଥିଲା। ଯେଉଁମାନେ ଏହି ଦୁର୍ନୀତି ସହ ଜଡ଼ିତ ଅଛନ୍ତି, ସେମାନେ ସରକାରୀ ବା ବେସରକାରୀ ବ୍ୟକ୍ତି ଯିଏ ବି ହୁଅନ୍ତୁ ତାଙ୍କ ନାମରେ ଏଫ୍‌ଆଇଆର୍ ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ସେ ନେଇ ୧୫ ଦିନ ଭିତରେ ରିପୋର୍ଟ ଦେବା ଲାଗି ଉପରାଜ୍ୟପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe