ଦିଲ୍ଲୀ ମସ୍‌ଜିଦ୍‌କୁ ଯାଇ ମୁଖ୍ୟ ଇମାମ୍‌ଙ୍କୁ ଭେଟିଲେ ‘ଆର୍‌ଏସ୍‌ଏସ୍‌’ ମୁଖ୍ୟ ମୋହନ ଭାଗବତ

ଦିଲ୍ଲୀ ମସ୍‌ଜିଦ୍‌କୁ ଯାଇ ମୁଖ୍ୟ ଇମାମ୍‌ଙ୍କୁ ଭେଟିଲେ ‘ଆର୍‌ଏସ୍‌ଏସ୍‌’ ମୁଖ୍ୟ ମୋହନ ଭାଗବତ

ନୂଆଦିଲ୍ଲୀ: ଆଜି ‘ଆର୍‌ଏସ୍‌ଏସ୍‌’ର ମୁଖ୍ୟ ମୋହନ ଭାଗବତ ଦିଲ୍ଲୀର କେନ୍ଦ୍ରାଞ୍ଚଳରେ ଥିବା ଗୋଟାଏ ମସ୍‌ଜିଦ୍‌କୁ ଯାଇ ‘ଅଲ୍‌ଇଣ୍ଡିଆ ଇମାମ୍‌ ଅର୍ଗାନାଇଜେସନ୍‌’ର ମୁଖ୍ୟ ମୌଲବୀ ଉମର୍‌ ଅହମଦ୍‌ ଇଲିୟାସିଙ୍କୁ ଭେଟିଛନ୍ତି।

ପ୍ରାୟ ୧ ଘଣ୍ଟା ଧରି ଚାଲିଥିବା ଉଭୟଙ୍କ ସାକ୍ଷାତକୁ ‘କବାଟକୀଳା ବୈଠକ’ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ସାମ୍ପ୍ରଦାୟିକ ସହାବସ୍ଥାନ ସୁଦୃଢ଼ କରିବା ନିମନ୍ତେ କିଛି ଦିନ ହେବ ‘ଆର୍‌ଏସ୍‌ଏସ୍‌’ର ମୁଖ୍ୟ ଭାଗବତ ଅନେକ ମୁସଲ୍‌ମାନ ବୁଦ୍ଧିଜୀବୀମାନଙ୍କ ସହିତ ଆଲୋଚନା କରୁଛନ୍ତି।

publive-image Image Courtesy of The Indian Express

‘ଆର୍‌ଏସ୍‌ଏସ୍‌’ର ମୁଖପାତ୍ର ସୁନୀଲ୍‌ ଅମ୍ବେକର୍‌ କହିଛନ୍ତି, ‘ଆର୍‌ଏସ୍‌ଏସ୍‌’ ସର୍ସଙ୍ଘଚାଳକ ସମାଜର ସବୁ କ୍ଷେତ୍ରର ଲୋକଙ୍କୁ ଭେଟୁଛନ୍ତି। ଏହା ହେଉଛି ନିରବଚ୍ଛିନ୍ନ ସାମଗ୍ରିକ ‘ସମ୍ବାଦ’ର (ଆଲୋଚନା) ଅଂଶବିଶେଷ।

ମଙ୍ଗଳବାର ଦିନ ‘ଆର୍‌ଏସ୍‌ଏସ୍‌’ ମୁଖ୍ୟ ଦିଲ୍ଲୀର ପୂର୍ବତନ ଉପରାଜ୍ୟପାଳ ନଜୀବ୍‌ ଜଙ୍ଗ୍‌ ଏବଂ ପୂର୍ବତନ ନିର୍ବାଚନ କମିସନର୍‌ ଏସ୍‌ୱାଇ କୁରୈଶିଙ୍କ ସମେତ ୫ଜଣ ବିଶିଷ୍ଟ ମୁସଲ୍‌ମାନଙ୍କୁ ଭେଟି ସାମ୍ପ୍ରଦାୟିକ ସଦ୍‌ଭାବ ବିଷୟରେ ଆଲୋଚନା କରିଥିଲେ।

publive-image Image Courtesy of NDTV

ଦୁଇ ସମ୍ପ୍ରଦାୟ ମଧ୍ୟରେ ଥିବା ମତାନ୍ତର କ୍ଷେତ୍ର ଖୋଜି ବାହାର କରିବା ସହ ତାହାର ସମାଧାନ ନିମନ୍ତେ ଉପାୟ କରିବା ଲାଗି ଉଭୟ ପକ୍ଷ ରାଜି ହୋଇଛନ୍ତି। ଭାଗବତ କହିଛନ୍ତି, ଚିନ୍ତା ଉଦ୍ରେକକାରୀ କେତେକ ପ୍ରସଙ୍ଗରେ ସେମାନଙ୍କ ନିକଟରେ ଉପସ୍ଥାପନ କରିଛି। ସେଥିରୁ ଗୋଟିଏ ହେଲା ଗୋ-ହତ୍ୟା, ଯାହା ହିନ୍ଦୁମାନଙ୍କୁ ବିବ୍ରତ କରି ପକାଉଛି। ‘କାଫିର୍‌’ ଶଦ୍ଦଟି ମଧ୍ୟ ହିନ୍ଦୁମାନଙ୍କ ମନରେ ଖରାପ ଧାରଣ ସୃଷ୍ଟି କରୁଛି ବୋଲି ସେମାନଙ୍କୁ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe