କେରଳ ସରକାରଙ୍କ ନିଷେଧାଦେଶ ସତ୍ତ୍ୱେ ସ୍କୁଲ୍‌ରେ ପତାକା ଉତ୍ତୋଳନ କଲେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ

କେରଳ ସରକାରଙ୍କ ନିଷେଧାଦେଶ ସତ୍ତ୍ୱେ ସ୍କୁଲ୍‌ରେ ପତାକା ଉତ୍ତୋଳନ କଲେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ

ନୂଆଦିଲ୍ଲୀ: କେବଳ ସ୍କୁଲ୍‌ର ମୁଖ୍ୟ ହିଁ ପତାକା ଉତ୍ତୋଳନ କରି ପାରିବେ ବୋଲି କେରଳ ସରକାର ଆଦେଶ ଦେବା ପରେ ମଧ୍ୟ ଏ ବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ କେରଳର ଏକ ସ୍କୁଲ୍‌ରେ ପୁଣି ତ୍ରିରଙ୍ଗ ପତାକା ଉତ୍ତୋଳନ କରିଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ।
ଗତବର୍ଷ ପରି ଆଜି ମଧ୍ୟ ଭାଗବତ ପଲକ୍କଡର ଏକ ବିଦ୍ୟାଳୟରେ ପତାକା ଉତ୍ତୋଳନ କରିଛନ୍ତି। ଜିଲ୍ଲା ପ୍ରଶାସନର ବାରଣ ସତ୍ତ୍ୱେ ସେ ସିଧା ଯାଇ କର୍ଣ୍ଣିକିଆମ୍ମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପତାକା ଉତ୍ତୋଳନ କରିଛନ୍ତି।

ଏ ସପ୍ତାହ ପ୍ରାରମ୍ଭରେ କେରଳ ସରକାର ଏକ ସର୍କ୍ୟୁଲାର୍‌ ଜାରି କରି ସେଥିରେ ଉଲ୍ଲେଖ କରିଥିଲେ ଯେ ସରକାରୀ ପ୍ରତିଷ୍ଠାନ ଏବଂ ଶିକ୍ଷା ପ୍ରତିଷ୍ଠାନ ସବୁରେ କେବଳ ତାହାର ମୁଖ୍ୟମାନେ ହିଁ ପତାକା ଉତ୍ତୋଳନ କରି ପାରିବେ।

କିନ୍ତୁ, ଏହି ସର୍କ୍ୟୁଲାର୍‌ ଭାରତର ଫ୍ଲାଗ୍‌ କୋଡ୍‌ର ବିରୁଦ୍ଧା ଚରଣ କରୁଛି। ଯେକୌଣସି ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରିପାରିବେ ବୋଲି ଫ୍ଲାଗ୍‌ କୋଡ୍‌ କହୁଛି। କେରଳ ସରକାରଙ୍କର ଏହି ନିଷେଧାଦେଶ କେବଳ ଭାଗବତଙ୍କୁ ଉଦ୍ଦେଶ୍ୟ କରି ଜାରି କରାଯାଇଛି ବୋଲି କୁହାଯାଉଛି।

ଗତବର୍ଷ ପଲକ୍କାଡ୍‌ର ପୂର୍ବତନ ଜିଲ୍ଲାପାଳ କର୍ଣ୍ଣକିଆମ୍ମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଏକ ମେମୋ ଜାରି କରି ଲେଖିଥିଲେ କି, ସ୍କୁଲ୍‌ରେ ଜଣେ ରାଜନେତା ଆସି ପତାକା ଉତ୍ତୋଳନ କରିବା ଶୋଭନୀୟ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe