ଏପ୍ରିଲ ୨୩ରେ ରାହୁଲଙ୍କୁ ହାଜର ନିର୍ଦ୍ଦେଶ 

ଆର୍‌ଏସ୍‌ଏସ୍‌ ମାନହାନି ମାମଲା

ଏପ୍ରିଲ ୨୩ରେ ରାହୁଲଙ୍କୁ ହାଜର ନିର୍ଦ୍ଦେଶ 

photo credit- times of india

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ୨୦୧୪ ମସିହାରୁ ଆର୍‌ଏସ୍‌ଏସ୍‌ ପକ୍ଷରୁ ଦାଏର ହୋଇଥିବା ଏକ ମାନହାନି ମାମଲାରେ ତାଙ୍କୁ ଏପ୍ରିଲ ୨୩ ତାରିଖରେ କୋର୍ଟରେ ହାଜର ହେବାକୁ ଥାନେର ଭିଓ୍ଵାଣ୍ଡି ଜିଲ୍ଲାର ଏକ ସ୍ଥାନୀୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀ ଅନୁଯାୟୀ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ହତ୍ୟାପାଇଁ ଆର୍‌ଏସ୍‌ଏସ୍‌ ଦାୟୀ ବୋଲି ରାହୁଲ କହିଥିଲେ। ରାହୁଲଙ୍କର ସେହି ବକ୍ତବ୍ୟକୁ ଟିଭିରେ ଦେଖିବା ପରେ ଭିଓ୍ଵାଣ୍ଡିର ଆର୍‌ଏସ୍‌ଏସ୍‌ କର୍ମୀ ରାଜେଶ କୁଣ୍ଟେ ରାହୁଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ। ଏହି ମାମଲାର ଆଜି ଶୁଣା ଥିଲା। ତେବେ ଶୁଣାଣି ବେଳେ ରାହୁଲ କୋର୍ଟରେ ଉପସ୍ଥିତ ନଥିଲେ। ତାଙ୍କ ଅନୁପସ୍ଥିତିର କାରଣ ତାଙ୍କ ଆଇନଜୀବୀ ଅବଗତ କରାଯିବା ପରେ କୋର୍ଟ ଏହାକୁ ଗ୍ରହଣ କରି ଆସନ୍ତା ଏପ୍ରିଲ ୨୩ ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଥିଲେ। ଏଥି ସହିତ ସେଦିନ ରାହୁଲ ଉପସ୍ଥିତ ରହିବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe