ଆରଏସଏସ ଚୀନଠାରୁ ବି ବଡ଼ ଶତ୍ରୁ : ଓଓ୍ବେସି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ସମଗ୍ର ଦେଶକୁ ସମ୍ବୋଧିତ କରିଥିଲେ। ତାଙ୍କ ଅଭିଭାଷଣରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)ର ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ସଂଘର ପ୍ରଶଂସା କରିଥିଲେ।

Rss

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ସମଗ୍ର ଦେଶକୁ ସମ୍ବୋଧିତ କରିଥିଲେ। ତାଙ୍କ ଅଭିଭାଷଣରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)ର ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ସଂଘର ପ୍ରଶଂସା କରିଥିଲେ। ଏବେ ବିରୋଧୀ ଏଥିପାଇଁ ତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ଏହାକୁ ସମାଲୋଚନା କରିଛନ୍ତି।

ଅସଦୁଦ୍ଦିନ ଓୱେସି ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘ଏକ୍ସ’ ରେ କହିଛନ୍ତି, ସ୍ୱାଧୀନତା ଦିବସ ଭାଷଣରେ ଆରଏସଏସର ପ୍ରଶଂସା କରିବା ସ୍ୱାଧୀନତା ସଂଗ୍ରାମର ଅପମାନ। ଆରଏସଏସ ଏବଂ ଏହାର ଆଦର୍ଶଗତ ସହଯୋଗୀମାନେ ବ୍ରିଟିଶଙ୍କ ସୈନିକ ଭାବରେ କାମ କରୁଥିଲେ। ସେମାନେ କେବେବି ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିନଥିଲେ। ସେମାନେ ଗାନ୍ଧୀଙ୍କୁ ଘୃଣା କରୁଥିଲେ କିନ୍ତୁ କେବେବି ବ୍ରିଟିଶମାନଙ୍କୁ ବିରୋଧ କରୁନଥିଲେ।

ଅସଦୁଦ୍ଦିନ ଓୱେସି ସୋସିଆଲ ମିଡିଆ ହ୍ୟାଣ୍ଡେଲ ‘ଏକ୍ସ’ ରେ କହିଛନ୍ତି, ସ୍ୱାଧୀନତା ଦିବସ ଭାଷଣରେ ଆରଏସଏସର ପ୍ରଶଂସା କରିବା ସ୍ୱାଧୀନତା ସଂଗ୍ରାମର ଅପମାନ। ଆରଏସଏସ ଏବଂ ଏହାର ଆଦର୍ଶଗତ ସହଯୋଗୀମାନେ ବ୍ରିଟିଶଙ୍କ ସୈନିକ ଭାବରେ କାମ କରୁଥିଲେ।

ଆରଏସଏସ ହିନ୍ଦୁତ୍ୱ ଚିନ୍ତାଧାରାରେ ବିଶ୍ୱାସ କରେ ଏବଂ ଆମ ସମ୍ବିଧାନର ମୂଲ୍ୟବୋଧର ବିପରୀତ। ମୋଦୀ ନାଗପୁର ଯାଇ ଜଣେ ସ୍ୱେଚ୍ଛାସେବକ ଭାବରେ ଆରଏସଏସକୁ ପ୍ରଶଂସା କରିପାରିଥାନ୍ତେ, ପ୍ରଧାନମନ୍ତ୍ରୀ ଭାବରେ ତାଙ୍କୁ ଲାଲକିଲ୍ଲାରୁ ଏପରି କାହିଁକି କରିବାକୁ ପଡିଲା? ଚୀନ୍ ଆମର ସବୁଠାରୁ ବଡ଼ ବାହ୍ୟ ବିପଦ ହୋଇ ରହିଛି, କିନ୍ତୁ ଏହାଠାରୁ ମଧ୍ୟ ବଡ଼ ବିପଦ ହେଉଛି - ସଂଘ ପରିବାର, ,ଯିଏକି ଘୃଣା ଏବଂ ବିଭାଜନ ବିସ୍ତାର କରୁଛି। ଆମର ସ୍ୱାଧୀନତାକୁ ପ୍ରକୃତରେ ସୁରକ୍ଷିତ ରଖିବା ପାଇଁ, ଆମକୁ ଏପରି ସମସ୍ତ ଶକ୍ତିକୁ ପରାସ୍ତ କରିବାକୁ ପଡିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe