ନୂଆଦିଲ୍ଲୀ: ଲୋକସଭାର ନୂତନ ବାଚସ୍ପତି ଓମ୍ ବିର୍ଲା ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କ ଅତ୍ୟନ୍ତ ଘନିଷ୍ଠ ଭାବେ ଜଣାଶୁଣା। ଏହା ବ୍ୟତୀତ ଆର୍ଏସ୍ଏସ୍ ମଧ୍ୟ ସର୍ବଦା ବିର୍ଲାଙ୍କୁ ସମର୍ଥନ କରି ଆସିଛି। ୨୦୧୪ରେ ପ୍ରଥମ ଥର ପାଇଁ ସାଂସଦ ନିର୍ବାଚିତ ହେବାପରେ ତାଙ୍କୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଥିଲା। ୨୦୧୪ରେ ରାଜସ୍ଥାନରୁ ୬ ଜଣ ସାଂସଦଙ୍କୁ ମନ୍ତ୍ରୀ କରାଯାଇଥିବା ବେଳେ ଏଥର ୩ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ନିଆଯାଇଛି। ରାଜ୍ୟରେ ଲଗାତାର ଦ୍ବିତୀୟ ଥର ପାଇଁ ବିଜେପି ୨୫ରୁ ୨୫ ଆସନ ହାସଲ କରିବାକୁ ସକ୍ଷମ ହୋଇଛି। ବିର୍ଲାଙ୍କ ସାଂଗଠନିକ ଦକ୍ଷତାର ଅନେକ ଫାଇଦା ଦଳକୁ ମିଳିଥିବାରୁ ତାଙ୍କୁ ଲୋକସଭା ବାଚସ୍ପତି ପଦରେ ଆସୀନ କରାଇବାକୁ ଦଳର ଶୀର୍ଷ ନେତୃତ୍ବ ନିଷ୍ପତ୍ତି ନେଇଥିଲେ। ଲୋକସଭା ବାଚସ୍ପତି ଭାବେ ତାଙ୍କୁ ଦଳ ନିର୍ବାଚିତ କରିବାକୁ ଯାଉଥିବା ସଂପର୍କରେ ବିର୍ଲା ୧୦ ଦିନ ଆଗରୁ ସଙ୍କେତ ପାଇସାରିଥିଲେ। ତେବେ ସେ ଏ ସଂପର୍କରେ କାହାକୁ ସାମାନ୍ୟତମ ସୁରାକ୍ ଦେଇନଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us