ଆମ ସମାଜ ବହୁ ବର୍ଷ ଧରି ଅନୁସୂଚିତ ଜାତି ଓ ଜନଜାତିର ଲୋକମାନେ ଶିକ୍ଷା, ସମ୍ମାନ ଓ ସୁବିଧା ସୁଯୋଗରୁ ବଞ୍ଚିତ ରଖିଥିଲା : ଆରଏସଏସ

Advertisment
ଆମ ସମାଜ ବହୁ ବର୍ଷ ଧରି ଅନୁସୂଚିତ ଜାତି ଓ ଜନଜାତିର ଲୋକମାନେ ଶିକ୍ଷା, ସମ୍ମାନ ଓ ସୁବିଧା ସୁଯୋଗରୁ ବଞ୍ଚିତ ରଖିଥିଲା : ଆରଏସଏସ

ପୁଣେ : ଆରଏସଏସର ଯୁଗ୍ମ ସାଧାରଣ ସମ୍ପାଦକ ମନମୋହନ ବୈଦ୍ୟ ଅନୁସୂଚୀତ ଜାତି ଓ ଉପଜାତି ସମ୍ପ୍ରଦାୟକୁ ନେଇ ବଡ ବୟାନ ଦେଇଛନ୍ତି । ମଣିପୁର ହିଂସାକୁ ନେଇ ମଧ୍ୟ ସେ ଚିନ୍ତା ପ୍ରକଟ କରିଛନ୍ତି। ଶନିବାର (ସେପ୍ଟେମ୍ବର ୧୬) ମହାରାଷ୍ଟ୍ରର ପୁଣେରେ ମନମୋହନ ବୈଦ୍ୟ ଏହା କହିଛନ୍ତି।

ଆମ ସମାଜ ବହୁ ବର୍ଷ ଧରି ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟକୁ ସମ୍ମାନ, ସୁବିଧା ଓ ଶିକ୍ଷାରୁ ବଞ୍ଚିତ କରିଛି। ସେମାନଙ୍କୁ ଏକାଠି କରିବା ପାଇଁ ସମ୍ବିଧାନ ସମର୍ଥିତ ସଂରକ୍ଷଣ ରହିଛି, ସେମାନେ ଏହା ପାଇବା ଦରକାର।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସମନ୍ୱୟ କମିଟିର ତିନି ଦିନିଆ ବୈଠକ ଗୁରୁବାର ପୁଣେରେ ଆରମ୍ଭ ହୋଇଛି, ଯେଉଁଥିରେ ସଂଘ ସହ ଜଡ଼ିତ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସାମ୍ପ୍ରତିକ ସାମାଜିକ ଓ ଜାତୀୟ ସ୍ଥିତି, ଜାତୀୟ ନିରାପତ୍ତା, ଶିକ୍ଷା, ରାଷ୍ଟ୍ର ସେବା, ଅର୍ଥନୀତି ଓ ସାମାଜିକ ସୌହାର୍ଦ୍ଦ୍ୟ ବଜାୟ ରଖିବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ମଣିପୁର ହିଂସାକୁ ନେଇ ମଧ୍ୟ ସେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ମଣିପୁରରେ ସ୍ଥିତି ଉଦବେଗଜନକ ରହିଛି। ଆମର କର୍ମକର୍ତ୍ତାମାନେ ଆମକୁ ଏ ବିଷୟରେ ଅବଗତ କରିଛନ୍ତି, କିନ୍ତୁ ମୁଖ୍ୟତଃ ନିଷ୍ପତ୍ତି ସରକାର ନେବେ । ମଇତାଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଲାଗି ରହିଛି। ଆମର ସ୍ୱେଚ୍ଛାସେବୀମାନେ ଉଭୟ ସମ୍ପ୍ରଦାୟର ଲୋକଙ୍କ ସହ ଯୋଗାଯୋଗରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe