ସମଗ୍ର ଦେଶରେ ୫ଟି ନୂଆ ବିଶ୍ବବିଦ୍ୟାଳୟ ସ୍ଥାପନ କରିବ ଆର୍‌ଏସ୍‌ଏସ୍‌

ଆର୍‌ଏସ୍‌ଏସ୍‌ର ପ୍ରକୃତ ସ୍ବରୂପ

The Hans India

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ସମଗ୍ର ଦେଶରେ ପାଞ୍ଚଟି ନୂତନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବ। ବିଦ୍ୟାଭାରତୀର କେନ୍ଦ୍ରୀୟ ସାଂଗଠନିକ ସଚିବ ଯତୀନ୍ଦ୍ର ଶର୍ମା ହରିଦ୍ୱାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି। ନୂତନ ବିଶ୍ବବିଦ୍ୟାଳୟ ସ୍ଥାପନ କରାଯିବାର ଉଦ୍ଦେଶ୍ୟ ହେଉଛି ଶିକ୍ଷା କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣିବା ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

ଆର୍‌ଏସ୍‌ଏସ୍‌ ଦୀର୍ଘ ଦିନରୁ ଦେଶରେ ସ୍କୁଲ ଶିକ୍ଷା ସହ ଜଡ଼ିତ ଥିଲା ଏବଂ ବର୍ତ୍ତମାନ ଏହାର ସଂଗଠନ ଉଚ୍ଚ ଶିକ୍ଷା ସଂସ୍ଥାନ ମାଧ୍ୟମରେ ଉଚ୍ଚଶିକ୍ଷା ଉପରେ ଧ୍ୟାନ ଦେବାକୁ ପ୍ରସ୍ତୁତ ହେଉଛି। ଏହା ପୂର୍ବରୁ କର୍ଣ୍ଣାଟକର ବେଙ୍ଗାଲୁରୁରେ ଚାଣକ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇ ସାରିଛି। ପ୍ରଥମ ବ୍ୟାଚ୍‌ରେ ମୋଟ ୨୦୦ ଛାତ୍ର ନାମ ଲେଖାଇଛନ୍ତି। ବିଦ୍ୟା ଭାରତୀ ବିଦ୍ୟାଳୟର ପ୍ରାୟ ୫୦ ଜଣ ଛାତ୍ରଙ୍କୁ ଏହି ବିଶ୍ୱବିଦ୍ୟାଳୟରେ ମାଗଣା ଶିକ୍ଷା ପ୍ରଦାନ କରାଯିବ। ଆସାମର ଗୌହାଟୀରେ ଏକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟ ଚାଲିଛି। ଆର୍‌ଏସ୍‌ଏସ୍‌ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନ ସବୁ ଶ୍ରେଣୀ, ଜାତି ଏବଂ ଧର୍ମର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରହିଛି ବୋଲି ଶର୍ମା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe