ଆର୍‌ଏସ୍‌ଏସ୍ ମହିଳା ଶାଖାର ସର୍ଭେ: ସମଲୈଙ୍ଗିକତା ଏକ ବିକୃତି

Advertisment

ବିବାହ ଅନୁମତି ଦେଲେ ବଢ଼ିଚାଲିବ

ବିବାହ ଅନୁମତି ଦେଲେ ବଢ଼ିଚାଲିବ

ଆର୍‌ଏସ୍‌ଏସ୍ ମହିଳା ଶାଖାର ସର୍ଭେ: ସମଲୈଙ୍ଗିକତା ଏକ ବିକୃତି

ABP News

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହ ଉପରେ ସାରା ଦେଶରେ ଏବେ ବିତର୍କ ଚାଲିଥିବା ବେଳେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ର ମହିଳା ଶାଖା ପକ୍ଷରୁ ଶନିବାର କୁହାଯାଇଛି ଯେ, ସମଲୈଙ୍ଗିକତା ଏକ ରୋଗ ଏବଂ ସେମାନଙ୍କ ବିବାହକୁ ଅନୁମତି ଦେଲେ ଏହି ବିକୃତି ଆହୁରି ବଢ଼ିବ। ହିନ୍ଦୁ ଦକ୍ଷିଣପନ୍ଥୀ ସଂଗଠନର ମହିଳା ଶାଖାର ଏହି ବିବୃତି ଏକ ଅନୁଧ୍ୟାନ ଉପରେ ଆଧାରିତ। ଏହି ଅନୁଧ୍ୟାନରେ ଡାକ୍ତରୀ ଚିକିତ୍ସାର ୮ଟି ବିଭାଗର ୩୧୮ ଜଣ ମେଡିକାଲ ପ୍ରଫେସନାଲଙ୍କ ମତାମତ ନିଆଯାଇଥିଲା।

ସମଲିଙ୍ଗୀ ସମ୍ପର୍କରୁ ଯୌନ ରୋଗ ବ୍ୟାପିପାରେ ବୋଲି ମଧ୍ୟ ଏହି ଅନୁଧ୍ୟାନରୁ ଜଣାପଡ଼ିଛି। ରାଷ୍ଟ୍ର ସେବିକା ସମିତିର ବରିଷ୍ଠ କାର୍ଯ୍ୟକର୍ତ୍ତା ସମ୍ବର୍ଦ୍ଧିନୀ ନ୍ୟାସଙ୍କ କହିବା ଅନୁସାରେ, ଅନୁଧ୍ୟାନ ସମୟରେ ୭୦ ପ୍ରତିଶତ ଡାକ୍ତର କହିଥିଲେ ଯେ ସମଲିଙ୍ଗୀ ସମ୍ପର୍କ ଏକ ବିକୃତି ଏବଂ ସେମାନଙ୍କ ମଧ୍ୟରୁ ୮୩ ପ୍ରତିଶତ କହିଥିଲେ ଯେ ସମଲିଙ୍ଗୀ ସମ୍ପର୍କରୁ ଯୌନରୋଗ ବ୍ୟାପିଥାଏ। ସର୍ଭେ ଅନୁସାରେ ସମଲିଙ୍ଗୀ ବିବାହକୁ ନ୍ୟାୟିକ ମାନ୍ୟତା ଦେଲେ ସମାଜରେ ଏହି ବିକୃତି ଆହୁରି ବୃଦ୍ଧି ପାଇବ ଏବଂ ରୋଗୀମାନେ ଭଲ ହୋଇ ସ୍ବାଭାବିକ ଅବସ୍ଥାକୁ ଆସିବାରେ ବାଧା ସୃଷ୍ଟି ହେବ। କାଉନ୍‌ସେଲିଂ ମାଧ୍ୟମରେ ଏପରି ମାନସିକ ବିଶୃଙ୍ଖଳାର ଚିକିତ୍ସା କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe