Image Courtesy of India Today
ନୂଆଦିଲ୍ଲୀ : କେରଳର କୋମ୍ମେରିରେ ଜଣେ ଆରଏସଏସ କର୍ମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଆରଏସଏସ କର୍ମୀ ଶ୍ୟାମ ପ୍ରସାଦଙ୍କୁ ଗତକାଲି ସନ୍ଧ୍ୟାରେ ୪ ଜଣ ଏସଡିପିଆଇ କର୍ମୀ ହତ୍ୟା କରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଶ୍ୟାମ ପ୍ରସାଦ ତାଙ୍କର ଜଣେ ବନ୍ଧୁଙ୍କ ସହ ମୋଟର ସାଇକେଲ୍ରେ ଯାଉଥିବା ସମୟରେ ୪ଜଣ ଏସଡିପିଆଇ (ସୋସିଆଲ ଡିମୋକ୍ରାଟିକ୍ ପାର୍ଟି ଅଫ ଇଣ୍ଡିଆ) କର୍ମୀ ତାଙ୍କୁ କୋମ୍ମେରି ନିକଟରେ ରାସ୍ତା ଅବରୋଧ କରି ଛୁରି ମାଡ଼ କରିଥିଲେ। ତେବେ ସେ ପ୍ରାଣ ବିକଳରେ ନିକଟସ୍ଥ ଏକ ଘରେ ପଶିଯାଇଥିଲେ ମଧ୍ୟ ବଞ୍ଚି ପାରିନଥିଲେ। ପେରାଭୁର୍ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି ଜେରା ଚଳାଇଛି।
Follow Us