Image Source: News18
ନୂଆଦିଲ୍ଲୀ: ଦେଶରେ ଅଟକ କେନ୍ଦ୍ର ନାହିଁ ବୋଲି ମନ୍ତବ୍ୟ ଦେଇଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗୁରୁବାର ଦିନ ସମାଲୋଚନା କରି କଂଗ୍ରେସ ନେତା ରାହୁଳ ଗାନ୍ଧୀ ଅଭିଯୋଗ କରିଛନ୍ତି, ‘ଆର୍ଏସ୍ଏସ୍ର ପ୍ରଧାନମନ୍ତ୍ରୀ ଭାରତମାତାଙ୍କୁ ମିଛ କହୁଛନ୍ତି।’
କଂଗ୍ରେସ ଏବଂ ତାହାର ମିତ୍ରମାନେ ‘ଅର୍ବାନ୍ ନକ୍ସଲ୍’ ଏବଂ ମୁସଲମାନମାନଙ୍କୁ ଅଟକ କେନ୍ଦ୍ରମାନଙ୍କୁ ପଠାଯିବ ବୋଲି ସେମାନେ ଗୁଜବ ପ୍ରଚାର କରୁଛନ୍ତି ବୋଲି ଦୋଷାରୋପ କରି ମୋଦୀ କହୁଥିବାର ଏକ ଭିଡିଓ କ୍ଲିପ୍ ମଧ୍ୟ ରାହୁଳ ଟୁଇଟର୍ରେ ପୋଷ୍ଟ୍ କରିଛନ୍ତି।
ଆସାମରେ ଗୋଟାଏ ତଥାକଥିତ ଅଟକ କେନ୍ଦ୍ର ନିର୍ମାଣ କରାଯାଉଥିବାର ଭିଡିଓ କ୍ଲିପ୍ ମଧ୍ୟ ଏଥିରେ ପୋଷ୍ଟ୍ କରାଯାଇଛି।
Image Source: India Today୧୫ ମହଲାବିଶିଷ୍ଟ ଏହି କେନ୍ଦ୍ର ପାଇଁ ୪୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ଏବଂ ଏଥିରେ ୩୦୦୦ ବ୍ୟକ୍ତି ଅଟକ ରହିବେ। ଏଥିରୁ ୧୩ଟି ମହଲାରେ ପୁରୁଷ ଏବଂ ବାକି ୨ଟି ମହଲାରେ ମହିଳାମାନେ ରହିବେ।
ମିଛ, ମିଛ, ମିଛ। ହାସ୍ଟ୍ୟାଗ୍ ଦେଇ ହିନ୍ଦୀ ଭାଷାରେ ଲିଖିତ ଏହି ଟୁଇଟ୍ରେ ରାହୁଳ କହିଛନ୍ତି: ଆର୍ଏସ୍ଏସ୍ର ପ୍ରଧାନମନ୍ତ୍ରୀ ଭାରତମାତାଙ୍କୁ ମିଛ କହୁଛନ୍ତି।
Follow Us