Image Courtesy of India Today
ନୂଆଦିଲ୍ଲୀ: ଜାନୁଆରି ୮ ତାରିଖରୁ ଆଂଶିକଭାବେ ଇଂଲଣ୍ଡ୍ ଓ ଭାରତ ମଧ୍ୟରେ ପୁଣି ବିମାନ ଚଳାଚଳ ଆରମ୍ଭ କରିବାକୁ ଯାଉଥିବା ବେଳେ ଶନିବାର ଦିନ କେନ୍ଦ୍ର ସରକାର ସମ୍ପୃକ୍ତ ବିମାନଯାତ୍ରୀମାନଙ୍କ ଲାଗି ‘ଏସ୍ଓପି’ ଜାରି କରିଛନ୍ତି। ଇଂଲଣ୍ଡ୍ରୁ ସଂକ୍ରମିତ ହେଉଥିବା ନୂତନ କୋଭିଡ୍-୧୯ ‘ଷ୍ଟ୍ରେନ୍’ ଦେଶରେ ବ୍ୟାପୁଥିବାରୁ ସରକାର ଇଂଲଣ୍ଡ୍କୁ ବିମାନ ଚଳାଚଳ ସଂଖ୍ୟା ସୀମିତ କରିବା ସହ ସେଠାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ନିମନ୍ତେ ନେଗେଟିଭ୍ କୋଭିଡ୍ ଟେଷ୍ଟ୍ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି।
Image Courtesy of Mintବିମାନ ଆରୋହଣ ପୂର୍ବରୁ ଯାତ୍ରୀମାନେ ଯେମିତି କରୋନାଭାଇରସ୍ ନେଗେଟିଭ୍ ଟେଷ୍ଟ୍ ରିପୋର୍ଟ ଦାଖଲ କରନ୍ତି ସେ ବିଷୟରେ ଏୟାର୍ଲାଇନ୍ଗୁଡ଼ିକ ସୁନିଶ୍ଚିତ ହେବା ଆବଶ୍ୟକ। ଏହାଛଡ଼ା, ଇଂଲଣ୍ଡରୁ ଆସୁଥିବା ସବୁ ଯାତ୍ରୀ ଭାରତୀୟ ବିମାନ ବନ୍ଦରମାନଙ୍କରେ ପହଞ୍ଚିବା ପରେ ନିଜ ଖର୍ଚ୍ଚରେ ଆର୍ଟି-ପିସିଆର୍ ପରୀକ୍ଷା କରାଇବେ ବୋଲି ‘ଏସ୍ଓପି’ରେ ଉଲ୍ଲେଖ ଅଛି। କରୋନାଭାଇରସ୍ ନେଗେଟିଭ୍ ରିପୋର୍ଟ ଆସିଥିବା ଯାତ୍ରୀଙ୍କୁ ମଧ୍ୟ ୧୪ ଦିନିଆ ହୋମ୍ କ୍ୱାରେଣ୍ଟିନ୍ରେ ରହିବା ଲାଗି ପରାମର୍ଶ ଦିଆଯିବ।
ଏହି ‘ଏସ୍ଓପି’ ଜାନୁଆରି ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର କିଂବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।
Follow Us