ଆରଟିଆଇ କାର୍ଯ୍ୟକର୍ତ୍ତା ହତ୍ୟା ମାମଲା

Advertisment

ପୂର୍ବତନ ସାଂସଦ ଏବଂ ୬ ଜଣଙ୍କୁ ଆଜୀବନ କାରାଦଣ୍ଡ

ପୂର୍ବତନ ସାଂସଦ ଏବଂ ୬ ଜଣଙ୍କୁ ଆଜୀବନ କାରାଦଣ୍ଡ

ଆରଟିଆଇ କାର୍ଯ୍ୟକର୍ତ୍ତା ହତ୍ୟା ମାମଲା

Blogger.com

ଅହମଦାବାଦ୍‌: ୨୦୧୦ ମସିହାରେ ଗୁଜରାଟର ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତା ଅମିତ ଜେଠୱାଙ୍କ ହତ୍ୟା ମାମଲାରେ ଜଣେ ପୂର୍ବତନ ବିଜେପି ସାଂସଦ ଏବଂ ଅନ୍ୟ ୬ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଆଜୀବନ କାରାଦଣ୍ଡ ପାଇଥିବା ବିଜେପି ପୂର୍ବ ସାଂସଦଙ୍କ ନାମ ଦିନୁ ବୋଘା ସୋଲାଙ୍କି। ସୋଲାଙ୍କିଙ୍କ ପୁତୁରା ଶିବ ସୋଲାଙ୍କି ମଧ୍ୟ ହତ୍ୟା ଏବଂ ଷଡ଼ଯନ୍ତ୍ର ମାମଲାରେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ଉଭୟ ଦିନୁ ସୋଲାଙ୍କି ଏବଂ ଶିବ ସୋଲାଙ୍କିଙ୍କୁ କୋର୍ଟ ୧୫ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି। ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ଅନ୍ୟମାନେ ହେଉଛନ୍ତି ‌ଶୈଳେଶ ପାଣ୍ଡ୍ୟା, ବାହାଦୁରସିଂହ ବଧେର, ପଞ୍ଚନ ଜି ଦେସାଇ, ସଂଜୟ ଚୌହାନ ଏବଂ ଉଦୟଜି ଠାକୁର। କୋର୍ଟ ସମସ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗତ ସପ୍ତାହରେ ଦୋଷୀସାବ୍ୟସ୍ତ କରିଥି‌ଲେ। ଜେଠୱା ବୃତ୍ତିରେ ଜଣେ ଆଇନଜୀବୀ ଥିଲେ। ସେ ଆରଟିଆଇ ତଥ୍ୟ ଦ୍ବାରା ଗିର୍‌ ଜଙ୍ଗଲରେ ଚାଲିଥିବା ବେଆଇନ ଖଣି ଦୁର୍ନୀତିର ପର୍ଦ୍ଦାଫାସ କରିବାକୁ ଚେଷ୍ଟା କରିଥିଲେ। ୨୦୧୦ରେ ଜେଠୱା ଏନେଇ ଗୁଜରାଟ ହାଇକୋର୍ଟରେ ପିଆଇଏଲ୍‌ ଦାଖଲ କରିଥିଲେ। ଏହି ପିଆଇଏଲ୍‌ ଉପରେ ସୋଲାଙ୍କି ଏବଂ ତାଙ୍କ ପୁତୁରାଙ୍କ ସମ୍ପୃକ୍ତି ଥିବା ଦର୍ଶାଯାଇଥିଲା। ପିଆଇଏଲ୍‌ ଉପରେ ଶୁଣାଣି ସମୟରେ ଜେଠ୍‌ୱାଙ୍କୁ ଜୁଲାଇ ୨୦, ୨୦୧୦‌ରେ ଗୁଜରାଟ ହାଇକୋର୍ଟ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe