ବିଶେଷ ନମ୍ବର ପାଇଁ ଆରଟିଓ ଅଧିକ ଫି’ ନେଇପାରିବେ ନାହିଁ: ଆମିକସ୍‌ କ୍ୟୁରି

Advertisment
ବିଶେଷ ନମ୍ବର ପାଇଁ ଆରଟିଓ ଅଧିକ ଫି’ ନେଇପାରିବେ ନାହିଁ: ଆମିକସ୍‌ କ୍ୟୁରି

ନୂଆଦିଲ୍ଲୀ : ମୋଟର ଯାନ ଅଧିନିୟମର ଧାରା ୪୨.୨ ଅନୁସାରେ ରାଜ୍ୟ ସରକାର ମୋଟର ଯାନ ଫଞ୍ଜୀକରଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଇ ଥିବା ଫି’ରୁ ଅଧିକ ଫି ନେଇ ପାରିବେ ନାହିଁ। ଫ୍ୟାନସି ନମ୍ବରର ନିଲାମ ମଧ୍ୟ ଏହି ଧାରାର ଅନୁସାରେ କରାଯାଇ ପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରି ତଥା ବରିଷ୍ଠ ଆଇନଜୀବୀ ମନୋଜ ସ୍ୱରୂପଙ୍କ ଦ୍ୱାରା ସୁପ୍ରିମକୋର୍ଟ ଦାଖଲ କରାଯାଇଥିବା ରିପୋର୍ଟରେ ଏହା କୁହାଯାଇଛି। ମୋଟର ଯାନ ଫଞ୍ଜିକରଣ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ଆମିକସ କ୍ୟୁରି ରିପୋର୍ଟ ଦାଖଲ କରିଛନ୍ତି।

ରିପୋର୍ଟରେ ଆମିକସ କ୍ୟୁରି ମୋଟର ଯାନ ଆଇନ ୧୯୮୮ର ଧାରା ୪୨.୨ ଅନୁସାରେ ଯାନର ପଞ୍ଜୀକରଣ ପାଇଁ ରାଜ୍ୟ ସରକାର ସେହି ଫି ନେବେ, ଯାହା କେନ୍ଦ୍ର ସରକାର ନିର୍ଧାରଣ କରିବେ ବୋଲି ଉଲ୍ଲେଖ କରିଛନ୍ତି। ରାଜ୍ୟମାନଙ୍କୁ ପଞ୍ଜୀକରଣ ନମ୍ବର ଦେବା ପାଇଁ କେନ୍ଦ୍ର ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ଫି ରୁ ଅଧିକ ନେବାର ଅଧିକାର ନାହିଁ ବୋଲି ଆମିକସ କ୍ୟୁରି ରିପୋର୍ଟରେ କହିଛନ୍ତି। ମୋଟର ଯାନ ଆଇନର ଧାରା ୨୧୧ ଅନୁସାରେ ରାଜ୍ୟମାନଙ୍କୁ ଯେଉଁ ଫି ନିର୍ଦ୍ଧାରଣ କରିବାର ଅଧିକାର ଦିଆଯାଇଛି ତାହା ଯାନ ପଞ୍ଜୀକରଣ ସମ୍ବଧିତ ନୁହେଁ ବୋଲି ଆମିକସ କ୍ୟୁରି ରିପୋର୍ଟେ ଦର୍ଶାଇଛନ୍ତି। ଫି ଆବେଦନ, ନଥିପତ୍ରର ସୁଧାର ପ୍ରମାଣପତ୍ର, ଲାଇସେନ୍ସ ପରମିଟ୍, ପରୀକ୍ଷା ପ୍ଲେଟ୍, କାଉଣ୍ଟରସାଇନ ନଥିପତ୍ର ତଥା ଆଦେଶର ନକଲ ଓ ଅନ୍ୟ କାର୍ଯ୍ୟ ପାଇଁ ରହିଛି। ଏଥିମଧ୍ୟରୁ କେନ୍ଦ୍ର ସରକାର ଚାହିଁଲେ କୌଣସି କାର୍ଯ୍ୟ ବଦଳରେ ନିଆଯାଉଥିବା ଫି କୁ ସମାପ୍ତ କରିପାରିବ, ଯାହାକୁ ରାଜ୍ୟ ସରକାର ମାନିବାକୁ ବାଧ୍ୟ, ଆମିକସ କ୍ୟୁରିଙ୍କର ରିପୋର୍ଟରେ ରାଜ୍ୟମାନଙ୍କର ଯାନବାହାନ ପଞ୍ଜୀକରଣ କର୍ତୃପକ୍ଷ ବାହାନକୁ ଏହି ନମ୍ବର ଦେଇଥାଏ। ଏହାର ଫି ସମଗ୍ର ଦେଶରେ ସମାନ ଅଟେ ବୋଲି ଉଲ୍ଲେଖ କରାଯାଇଛି।

publive-image Image Courtesy of India Today

ଉଲ୍ଲେଖଯୋଗ୍ୟ, ନିକଟରେ ଗୋଟିଏ ମାମଲାରେ ଜଣେ ବାହାନ ମାଲିକଙ୍କୁ କ୍ରମ ଅନୁସାରେ ବାହାନ ପଞ୍ଜୀକରଣ ବେଳେ ବିଶେଷ ନମ୍ବର ମିଳିଥିଲା। ରାଜ୍ୟ ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଶେଷ ନମ୍ବର ପାଇଁ ଅଲଗା ଅର୍ଥରାଶି ଦେବା ପାଇଁ କୁହାଯାଇଥିଲା। ମାଲିକ ଅଲଗା ଅର୍ଥରାଶି ଦେବା ପାଇଁ ମନା କରିଦେବା ପରେ ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ହାଇକୋର୍ଟ ରାଜ୍ୟ ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କର ଆଦେଶକୁ ଭୁଲ ବୋଲି କହିଥିଲେ। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ସୁପ୍ରିମକୋର୍ଟ ଫି ବାବଦରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯଦି ଆମିକସ କ୍ୟୁରିଙ୍କର ରିପୋର୍ଟକୁ ସୁପ୍ରିମକୋର୍ଟ ସ୍ୱୀକାର କରନ୍ତି ତାହାହେଲେ ବାହାନଗୁଡ଼ିକର ପଞ୍ଜୀକରଣ ନମ୍ବର ପ୍ଲେଟ୍ ର ଲକ୍ଷ ଲକ୍ଷ ଟଙ୍କାର ନିଲାମ ବନ୍ଦ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe