Congo: ଧସିଲା କୋଲଟାନ୍ ଖଣି: ୨୦୦ରୁ ଅଧିକ ମୃତ

Advertisment

କଙ୍ଗୋର ପୂର୍ବ ଭାଗରେ ଥିବା ରୁବାୟା କୋଲଟାନ୍ ଖଣିରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ମୃତକଙ୍କ ମଧ୍ୟରେ ଶ୍ରମିକ ଓ ମହିଳା ମଧ୍ୟ ଅଛନ୍ତି

କଙ୍ଗୋର ପୂର୍ବ ଭାଗରେ ଥିବା ରୁବାୟା କୋଲଟାନ୍ ଖଣିରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ମୃତକଙ୍କ ମଧ୍ୟରେ ଶ୍ରମିକ ଓ ମହିଳା ମଧ୍ୟ ଅଛନ୍ତି

New Project (2)

Congo Photograph: (sambad.in)

କିନ୍‌ସାସା: କଙ୍ଗୋର ପୂର୍ବ ଭାଗରେ ଥିବା ରୁବାୟା କୋଲଟାନ୍ ଖଣିରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ମୃତକଙ୍କ ମଧ୍ୟରେ ଶ୍ରମିକ ଓ ମହିଳା ମଧ୍ୟ ଅଛନ୍ତି। ପ୍ରବଳ ବର୍ଷା ଯୋଗୁ ଖଣିର ମାଟି ଧସିଯାଇଥିଲା। ଯାହା ଫଳରେ ସେଠାରେ କାମ କରୁଥିବା ଲୋକେ ମାଟି ତଳେ ପୋତି ହୋଇଯାଇଥି‌ଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲଗାତାର ବର୍ଷା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି। ଉଦ୍ଧାର ସରଞ୍ଜାମର ଅଭାବ ଯୋଗୁ ଦୁର୍ଗମ ପାହାଡିଆ ଅଞ୍ଚଳରେ ସାହାଯ୍ୟ ଓ ରିଲିଫ୍ ସାମଗ୍ରୀ ପହଞ୍ଚାଇବାରେ ବହୁତ ବିଳମ୍ବ ହେଉଛି। ଭୂମିସ୍ଖଳନର ବିପଦ ଜାରି ରହିଥିବାରୁ ସ୍ଥାନୀୟ କର୍ତ୍ତୃପକ୍ଷ ପ୍ରଭାବିତ ଅଞ୍ଚଳରୁ ଦୂରେଇ ରହିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା..

ପ୍ରାରମ୍ଭିକ ରିପୋର୍ଟରେ ମୃତ୍ୟୁ ସଂଖ୍ୟା ୨୦୦ ରୁ ଅଧିକ ବୋଲି କୁହାଯାଇଥିଲା, କିନ୍ତୁ ଜଣେ ବରିଷ୍ଠ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ, ଏହି ସଂଖ୍ୟା ୨୨୭ କୁ ବୃଦ୍ଧି ପାଇଛି। ପ୍ରାୟ ୨୦ ଜଣ ଗୁରୁତର ଆହତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କର ଚିକିତ୍ସା ଚାଲିଛି। ଉଦ୍ଧାରକାରୀ ଦଳଙ୍କ ଅନୁସାରେ ଆବର୍ଜନା ସଫା ହେବା ସହିତ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି।

ଟେକ୍ ଦୁନିଆରେ କୋଲଟାନ୍‌ର ଗୁରୁତ୍ବ

ରୁବାୟା ଖଣି ବିଶ୍ୱ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ବିଶ୍ୱର ପ୍ରାୟ ୧୫ ପ୍ରତିଶତ କୋଲଟାନ୍ ଉତ୍ପାଦନ କରିଥାଏ। କୋଲଟାନ୍‌ରୁ ଟାଣ୍ଟାଲମ୍ ନାମକ ଏକ ଧାତୁ ଉତ୍ପାଦିତ ହୋଇଥାଏ। ଏହା ସ୍ମାର୍ଟଫୋନ୍, ଲାପଟପ୍ ଓ ବିମାନ ଅଂଶ ନିର୍ମାଣରେ ବ୍ୟବହୃତ ହୁଏ। ବିଶ୍ୱ ପ୍ରଯୁକ୍ତି ଶିଳ୍ପରେ ଏହି ଧାତୁର ଚାହିଦା ଅଧିକ। ତେଣୁ ବିପଦପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ ‌‌ସେଠାରେ ଖଣି ଖନନ ଜାରି ରହିଛି। ଶ୍ରମିକମାନେ ନିଜ ଜୀବନ ସହିତ ବାଜି ଲଗାଇ ଖଣି ଖନନରେ ନିୟୋଜିତ ହେଉଛନ୍ତି। କୌଣସି ସୁରକ୍ଷା ଉପକରଣ ବିନା କାମ କରୁଥିବା ଏହି ଶ୍ରମିକମାନଙ୍କୁ ପ୍ରତ୍ୟେକ ଦିନ ମୃତ୍ୟୁ ସହିତ ଲଢ଼ିବାକୁ ପଡୁଛି।

ବିଦ୍ରୋହୀମାନଙ୍କ କବଜାରେ ଖଣି

ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ଖଣିଟି ୨୦୨୪ ମସିହାରୁ ଏଫ୍‌ସିଇ/ଏମ୍‌-୨୩ବିଦ୍ରୋହୀ ଗୋଷ୍ଠୀର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ବିଦ୍ରୋହୀ ଗୋଷ୍ଠୀ ନିଜର ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ କାର୍ଯ୍ୟ ପାଇଁ ଖଣିର ରାଜସ୍ୱ ବ୍ୟବହାର କରୁଛି। ପଡ଼ୋଶୀ ରୱାଣ୍ଡା ମଧ୍ୟ ବିଦ୍ରୋହୀମାନଙ୍କୁ ସମର୍ଥନ କରିବାର ଅଭିଯୋଗ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe