The Washington Post
କିବ୍ : ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ୭୦ ଦିନ ପୂରିଥିବା ବେଳେ ରୁଷ୍ ପୂର୍ବ ୟୁକ୍ରେନ୍ର ବ୍ୟାପକ ଅଞ୍ଚଳ ନିଜ ଦଖଲକୁ ନେଇଛି। ୟୁକ୍ରେନ୍ର ଯେଉଁ ଅଞ୍ଚଳକୁ ରୁଷ ନିଜ ନିୟନ୍ତ୍ରଣକୁ ନେଇଛି ସେଠାରେ ସାମରିକ ଏବଂ ରାଜନୈତିକ ଭାବେ ନିଜର ସ୍ଥିତି ସୁଦୃଢ଼ କରିବା ଉପରେ ଫୋକସ୍ କରିଛି। ଦଖଲ କରିଥିବା ଅଞ୍ଚଳରେ ରୁଷ୍ ନିଜର ଶାସନ ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କୁ ରୁଷ୍ର ମୁଦ୍ରା (ରୁବଲ୍) ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହା ତତ୍କାଳ କାର୍ଯ୍ୟକାରୀ ହୋଇଛି। ରୁଷ୍ ଅନେକ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ନିଜ ଦଖଲକୁ ନେଇଥିବାରୁ ରୁଷ୍ ସମର୍ଥକ ଗୋଷ୍ଠୀଙ୍କ ହାତରେ ସ୍ଥାନୀୟ ପ୍ରଶାସନର ପରିଚାଳନା ଭାର ଦିଆଯାଇଛି।
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରଥମ ଲକ୍ଷ୍ୟ ହେଉଛି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କୁ ହଟାଇବା ଏବଂ ତାଙ୍କ ସ୍ଥାନରେ ରୁଷ୍ ସମର୍ଥିତ ଶାସନ ଆରମ୍ଭ କରିବା। ଏହି ପ୍ରକ୍ରିୟା ଏବେ ପୂର୍ବ ୟୁକ୍ରେନ୍ରେ ଆରମ୍ଭ ହୋଇଯାଇଥିବାରୁ ଏହାକୁ ଅନେକ ରୁଷ୍ର ବିଜୟ ଭାବେ ଗ୍ରହଣ କରିଛନ୍ତି।
NBC Newsଅନ୍ୟପକ୍ଷରେ ପଶ୍ଚିମ ରାଷ୍ଟ୍ରମାନଙ୍କ ଦ୍ବାରା ଅତି କଠୋର କଟକଣାକୁ ଖାତିର ନକରି ରୁଷ୍ ନିଜର ଆକ୍ରମଣ ଯୋଜନା ଜାରି ରଖିଛି। ନାଟୋ ଅସ୍ତ୍ରକୁ ରୁଷ୍ ବାହିନୀ ଖୋଜି ଖୋଜି ଟାର୍ଗେଟ୍ କରୁଛନ୍ତି ଏବଂ ସମଗ୍ର ଡୋନେସ୍କ ଏବଂ ଲୁହାଂସ୍କ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେବା ପାଇଁ ୟୁକ୍ରେନ୍ ସୈନିକଙ୍କ ସମସ୍ତ ପ୍ରତିଷ୍ଠାନକୁ ନଷ୍ଟ କରାଯାଉଛି । ଦକ୍ଷିଣ ଖେରସନ୍ ଏବଂ ଜାପୋରିଝିଆର ଅଞ୍ଚଳକୁ ରୁଷ୍ ଅକ୍ତିଆର କରିବା ପରେ ଏଠାରେ ନିଜର ଶାସନ ଆରମ୍ଭ କରିଥିବାରୁ ସ୍ଥାନୀୟ ଲୋକେ ମଧ୍ୟ ରୁଷ୍କୁ ସମର୍ଥନ କରିଛନ୍ତି। ରୁଷ୍ ବାହିନୀ ଏବେ ବି ବନ୍ଦର ସହର ମାରିୟୁପୋଲ୍ ପାଇଁ ଲଢ଼େଇ ଜାରି ରଖିଛନ୍ତି। ମାରିୟୁପୋଲ୍ ଅକ୍ତିଆର କରିବା ରୁଷ୍ର ଏକ ପ୍ରମୁଖ ଲକ୍ଷ୍ୟ। ଏହି ସହରର କେବଳ ଆଜବଷ୍ଟଲ୍ ଷ୍ଟିଲ୍ ପ୍ଲାଣ୍ଟ୍ ହିଁ ରୁଷ୍ କବ୍ଜାକୁ ସଂପୂର୍ଣ୍ଣ ଭାବେ ଆସିପାରିନାହିଁ । ଖେରସନ୍ ଅକ୍ତିଆର କରିଥିବା ରୁଷ୍ ଏପ୍ରିଲ ୨୬ ତାରିଖରେ ଖେରସନ୍ ପାଇଁ ଜଣେ ସାମରିକ ପ୍ରଶାସନ ମୁଖ୍ୟଙ୍କୁ ନିଯୁକ୍ତ କରିଛି। ଡୋନେସ୍କ ଏବଂ ଲୁହାଂସ୍କକୁ ରୁଷ୍ ପୂର୍ବରୁ ସ୍ବାଧୀନ ଅଞ୍ଚଳ ଘୋଷଣା କରିସାରିଛି ଏବ ସେଠାରେ ରୁଷ୍ ସେନାର ବିଶାଳ ସ୍ଥାୟୀ ଶିବିର ସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି ।
Follow Us