ଯାତ୍ରୀଙ୍କ ଅଶୋଭନୀୟ ଆଚରଣ: ଏୟାର ଇଣ୍ଡିଆକୁ ଡିଜିସିଏର କାରଣ ଦର୍ଶାଅ ନୋଟିସ

Advertisment
ଡିଜିସିଏ କାର୍ଯ୍ୟାନୁଷ୍ଠାନ ମାତ୍ରାଧିକ: ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆରେ ଯାତ୍ରା କରୁଥିବା ୨ ମଦ୍ୟପ ବିମାନ ଯାତ୍ରୀଙ୍କ ଅଶୋଭନୀୟ ଆଚରଣ ପାଇଁ ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ) ଆଜି ଏୟାର ଇଣ୍ଡିଆକୁ ନୋଟିସ୍‌ କରିଛନ୍ତି। ନିକଟରେ ଏୟାର ଇଣ୍ଡିଆର ୨ ଜଣ ଯାତ୍ରୀ ସେମାନଙ୍କ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଇଥିଲେ। ଏୟାର ଇଣ୍ଡିଆର ୨ଟି ବିମାନରେ ଏହି ଘଟଣା ଘଟିଥିଲା। ନଭେମ୍ବର ୨୬ ତାରିଖରେ ନ୍ୟୁୟର୍କ-ନୂଆଦିଲ୍ଲୀ ବିମାନରେ ଜଣେ ମଦ୍ୟପ ଜଣେ ବୟସ୍କ ମହିଳାଙ୍କ ଉପରେ ପରିସ୍ରା କରିଦେଇଥିଲେ।

ସେହିପରି ଅନ୍ୟ ଜଣେ ମଦ୍ୟପ ଯାତ୍ରୀ ମଧ୍ୟ ଜଣେ ସହଯାତ୍ରୀଙ୍କ ବ୍ଲାଙ୍କେଟ୍‌ରେ ପରିସ୍ରା କରିଦେଇଥିଲେ। ଏହି ଖବର ଗଣମାଧ୍ୟମ‌ରେ ପ୍ରସାରଣ ହୋଇଥିଲେ ସୁଦ୍ଧା ଏୟାର ଇଣ୍ଡିଆ ପକ୍ଷରୁ ଏନେଇ କୌଣସି ରିପୋର୍ଟ କରାଯାଇନଥିଲା। ଉକ୍ତ ପ୍ରସଙ୍ଗରେ ଏୟାରଲାଇନ୍ସ ପକ୍ଷରୁ ତତ୍କାଳ ପଦକ୍ଷେପ ଗ୍ରହଣ ହୋଇନଥିବାରୁ ଏବଂ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନଥିବାରୁ ଡିଜିସିଏ ଏୟାର ଇଣ୍ଡିଆ ମ୍ୟାନେଜରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe