ଢାକା: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଶାସନ ଶୀଘ୍ର ଶେଷ ହେବାକୁ ଯାଉଛି। କାରଣ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ସୋମବାର ଘୋଷଣା କରିଛନ୍ତି ଯେ, ସାଧାରଣ ନିର୍ବାଚନ ୨୦୨୫ ଶେଷ ତଥା ୨୦୨୬ର ପ୍ରଥମାର୍ଦ୍ଧ ମଧ୍ୟରେ ଅନୁଷ୍ଠିତ  ହୋଇପାରେ ବୋଲି ସେ କହିଛନ୍ତି। ୧୯୭୧ମୁକ୍ତି ଯୁଦ୍ଧରେ ବାଂଲାଦେଶର ବିଜୟକୁ ସ୍ମରଣ କରି ବିଜୟ ଦିବସରେ ଦେଶକୁ ସମ୍ବୋଧିତ କରିବା ଅବସ‌ରରେ ୟୁନୁସ ଏହି ସୂଚନା ଦେଇଛନ୍ତି।

Advertisment

ବାଂଲାଦେଶରେ ୧୬ ଡିସେମ୍ବର ୧୯୭୧ର ସଫଳତା ପାଇଁ ବିଜୟ ଦିବସ ପାଳନ କରାଯାଇଥାଏ। ଜେନେରାଲ ଆମୀର ଅବଦୁଲ୍ଲା ନିୟାଜୀ ଏବଂ ପାକିସ୍ତାନ ସଶସ୍ତ୍ର ବାହିନୀର ୯୩,୦୦୦ ସୈନିକ ଭାରତୀୟ ସେନା ଏବଂ ମୁକ୍ତି ବାହିନୀଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହା ବାଂଲାଦେଶର ୯ ମାସର ସ୍ୱାଧୀନତା ସଂଗ୍ରାମକୁ ସମାପ୍ତ କରିଥିଲା। ୟୁନସ ତାଙ୍କ ସମ୍ବୋଧନରେ ନିର୍ବାଚନ ସହ ଆଗକୁ ବଢ଼ିବା ପାଇଁ ରାଜନୈତିକ ସହମତି ଉପରେ ଗୁରୁତ୍ୱାରୋପ କରିଥିଲେ।

ସେ କହିଛନ୍ତି ଯେ, ଯଦି ରାଜନୈତିକ ସହମତି ଆମକୁ ପୁନର୍ବାର କିଛି ସଂସ୍କାର ସହିତ ସଠିକ୍ ଭୋଟର ତାଲିକା ଉପରେ ଆଧାର କରି ନିର୍ବାଚନ କରିବାକୁ ଅନୁମତି ଦିଏ, ତେବେ ୨୦୨୫ ଶେଷ ସୁଦ୍ଧା ନିର୍ବାଚନ ସମ୍ଭବ ହୋଇପାରେ। ତଥାପି, ଆବଶ୍ୟକ ସଂସ୍କାର ଆଣିବା ପାଇଁ ଅତିରିକ୍ତ ସମୟ ଆବଶ୍ୟକ ହୋଇପାରେ ବୋଲି ୟୁନୁସ୍ ସ୍ୱୀକାର କରିଛନ୍ତି।

ସେ କହିଛନ୍ତି, ଯଦି  ନିର୍ବାଚନ ପ୍ରକ୍ରିୟା ଏବଂ ନିର୍ବାଚନ ସଂସ୍କାର ଆୟୋଗର ସୁପାରିଶ ଅନୁଯାୟୀ ଆବଶ୍ୟକ ସଂସ୍କାରର ପରିମାଣ ଯୋଡାଯାଏ ତେବେ ଏଥି ପାଇଁ  ଆଉ ୬ ମାସ ସମୟ ଲାଗିପାରେ।

ୟୁନୁସ୍ ସ୍ପଷ୍ଟ କରିଛନ୍ତି, ନିର୍ବାଚନର ସମୟ ସୀମା ୨୦୨୫ ଶେଷ ଏବଂ ୨୦୨୬ର ପ୍ରଥମାର୍ଦ୍ଧ ମଧ୍ୟରେ ସ୍ଥିର ହୋଇପାରିବ। ସେ କହିଛନ୍ତି,ମୋଟାମୋଟି ଭାବେ କହିବାକୁ ଗଲେ ନିର୍ବାଚନର ଶେଷ ତାରିଖ ୨୦୨୫ଶେଷରୁ ୨୦୨୬ର ପ୍ରଥମାର୍ଦ୍ଧ ମଧ୍ୟରେ ଧାର୍ଯ୍ୟ ହୋଇପାରିବ। ବାଂଲାଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ ୟୁନୁସଙ୍କ ମନ୍ତବ୍ୟ ଆସିଛି। ଏହାକୁ ନେଇ ଦେଶର ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ଅଗଷ୍ଟ ୫ରେ ଛାତ୍ର ନେତୃତ୍ୱାଧୀନ ଆନ୍ଦୋଳନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ସପ୍ତାହେ ଧରି ବିରୋଧ ଓ ହିଂସା ପରେ କ୍ଷମତାରୁ ହଟାଇ ଦିଆଯାଇଥିଲା।ହିଂସାରେ ୬୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା।

ହସିନା ଭାରତକୁ ପଳାୟନ କରିଥିଲେ ଏବଂ ୟୁନୁସଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ସମୟରେ, ବାଂଲାଦେଶ ରାଜଧାନୀରେ ବିଜୟ ଦିବସ ପାଳନ ସୂର୍ଯ୍ୟୋଦୟ ସମୟରେ ୩୧ ତୋପ ସଲାମୀରୁ ଆରମ୍ଭ ହୋଇଥିଲା | ବାଂଲାଦେଶ ମୁକ୍ତି ଯୁଦ୍ଧରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀରମାନଙ୍କୁ ନମନ କରିବା ପାଇଁ ବାଂଲାଦେଶ ସେନାର ଏକ ଆର୍ଟିଲିରି ରେଜିମେଣ୍ଟର ୬ଟି ତୋପରୁ ୩୧ ରାଉଣ୍ଡ ତୋପ ଚଳାଇଥିଲା।

ଅଧିକ ପଢ଼ନ୍ତୁ: ଜିନ୍‌ପିଙ୍ଗଙ୍କ ଚିନ୍ତା ବଢ଼ିଲା! ଏହି ଛୋଟ ଦେଶର ସହାୟତା ଲୋଡିଲା ଚୀନ୍

ଭାରତ ଏବଂ ବାଂଲାଦେଶ ସୋମବାର ମିଳିତ ଭାବେ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ବିଜୟ ଦିବସର ୫୩ତମ ବାର୍ଷିକୀ ପାଳନ କରିଛନ୍ତି। ବାଂଲାଦେଶର ବିଜୟ ଦିବସ ପାଳନ ପାଇଁ ଆଠ ଜଣ ଭାରତୀୟ ଯୁଦ୍ଧ ଭେଟେରାନ ଏବଂ ଭାରତୀୟ ସଶସ୍ତ୍ର ବାହିନୀର ଦୁଇଜଣ ଅଧିକାରୀ ଢାକାରେ ପହଞ୍ଚିଛନ୍ତି।

ସେହିଭଳି କୋଲକାତାର ବିଜୟ ଦିବସ ଉତ୍ସବରେ ଭାଗ ନେବାକୁ ଆଠ ଜଣ ବିଶିଷ୍ଟ ମୁକ୍ତିଯୋଦ୍ଧା (ସ୍ୱାଧୀନତା ସଂଗ୍ରାମୀ) ଏବଂ ବାଂଲାଦେଶ ସଶସ୍ତ୍ର ବାହିନୀର ଦୁଇଜଣ ଅଧିକାରୀ ମଧ୍ୟ ଭାରତରେ ପହଞ୍ଚିଛନ୍ତି।

ଅଧିକ ପଢ଼ନ୍ତୁ: ବିହାର ନିର୍ବାଚନ ପୂର୍ବରୁ ଇଣ୍ଡିଆ-ଏନଡିଏରେ ଗୋଷ୍ଠୀ କନ୍ଦଳ ବଢ଼ିଲା