Jagran Josh
ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟମାନଙ୍କୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବଦଳାଇବାର ନିୟମ ପଠାଯାଇଛି। ଗାଡ଼ିଗୁଡ଼ିକରେ ଲାଗିଥିବା ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ହଜିଗଲେ କିମ୍ବା ଚୋରି ହୋଇଗଲେ ଗାଡ଼ିମାଲିକ ଏଫ୍ଆଇଆର୍ ରୁଜୁ କରିବା ପାଇଁ କୁହାଯାଇଛି। ଏଫ୍ଆଇଆର୍ ରୁଜୁ କରିବା ପରେ ଗାଡ଼ିମାଲିକଙ୍କୁ ଏହାର ନକଲ ମନ୍ତ୍ରାଳୟର ବାହାନ-୪ ପୋର୍ଟାଲ୍ରେ ଅପ୍ଲୋଡ୍ କରିବାକୁ ପଡ଼ିବ।
ଉଲ୍ଲେଖ ଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଗାଡ଼ି ଚୋରି ମାମଲାରେ ଲୋକମାନଙ୍କ ଦ୍ବାରା ଏଫଆଇଆର ରୁଜୁ କରାଯିବାର ବ୍ୟବସ୍ଥା ରହିଥିଲା। ହେଲେ, ବାହାନର ହାଇ ସିକ୍ୟୁରିଟି ପ୍ଲେଟ୍ ହଜିଯିବା ସ୍ଥିତିରେ ନୂଆ ନମ୍ବର ପାଇଁ ଗାଡ଼ିମାଲିକ ମାନଙ୍କୁ ହିଁ ଏଫ୍ଆଇଆର ରୁଜୁ କରିବାକୁ ପଡିବ।
Follow Us