Woman inmate runs away from SCB Medical Center after kicking jail guard
ନୂଆଦିଲ୍ଲୀ: ଓଡ଼ିଶା ସମେତ ଦେଶର ସମସ୍ତ ମେଡିକାଲ କଲେଜରେ ଡାକ୍ତରଙ୍କ ଉପସ୍ଥାନ ପାଇଁ କେନ୍ଦ୍ର ସରକାର ନୂଆ ପ୍ରଯୁକ୍ତିର ସାହାରା ନେଇଛନ୍ତି। କେନ୍ଦ୍ର ସରକାର ଫେସ୍ ଆଧାରିତ ପ୍ରମାଣୀକରଣ ମୋବାଇଲ ଆପ୍ ପ୍ରସ୍ତୁତ କରିଛନ୍ତି ଯାହା ପ୍ରତ୍ୟେକ ଡାକ୍ତରଙ୍କ ଫୋନ୍ରେ ଇନ୍ଷ୍ଟଲ୍ କରାଯିବ। ଡାକ୍ତରମାନେ ହସ୍ପିଟାଲ୍ରେ ପହଞ୍ଚିବା ପରେ ଆପ୍ ଜରିଆରେ ସେଲ୍ଫି ଦେବାକୁ ପଡ଼ିବ। ଏଥିସହିତ ଆପ୍ରେ ଥିବା ବ୍ୟବସ୍ଥା ଅନ୍ତର୍ଗତ ଜିପିଏସ୍ ଲୋକେସନ୍ ମଧ୍ୟ ଦେବାକୁ ପଡ଼ିବ। ହସ୍ପିଟାଲ୍ର ୧୦୦ ମିଟର ପରିଧି ବାହାରେ ରହିଲେ ଏହି ମୋବାଇଲ୍ ଆପ୍ କାମ କରିବ ନାହିଁ। ଦିଲ୍ଲୀସ୍ଥିତ ନ୍ୟାସନାଲ୍ ମେଡିକାଲ କମିସନ୍(ଏନ୍ଏମ୍ସି) ଦେଶର ସମସ୍ତ ମେଡିକାଲ କଲେଜକୁ ସେମାନଙ୍କର ହସ୍ପିଟାଲ୍ର
ଲୋକେସନ୍ ମାଗିଛନ୍ତି।
ଚଳିତ ମାସ ୨୦ ତାରିଖ ସୁଦ୍ଧା ସମସ୍ତ ମେଡିକାଲ କଲେଜକୁ ଜିପିଏସ୍ ଲୋକେସନ୍ ସେୟାର କରିବାକୁ କୁହାଯାଇଛି, ଯାହାକୁ ମୋବାଇଲ୍ ଆପ୍ ଦ୍ବାରା ଯୋଡ଼ି ଦିଆଯିବ। ଏପ୍ରିଲ ୨୪ ତାରିଖରୁ ମୋବାଇଲ୍ ଆପ୍ ସକ୍ରିୟ ହେବ। ୩୦ ଏପ୍ରିଲ ସୁଦ୍ଧା ସମସ୍ତ ଡାକ୍ତର ଏହାକୁ ଫୋନ୍ରେ ଇନ୍ଷ୍ଟଲ୍ କରିବା ଅନିବାର୍ଯ୍ୟ। ଏହାପରେ ମେ ୧ ତାରିଖରୁ ଏହି ମୋବାଇଲ୍ ଆପ୍ ଜରିଆରେ ମେଡିକାଲ କଲେଜ ଫ୍ୟାକଲ୍ଟି ସଦସ୍ୟଙ୍କ ଉପସ୍ଥାନ ନିଆଯିବା ବାଧ୍ୟତାମୂଳକ ହେବ। ଏନ୍ଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ବର୍ତ୍ତମାନ ସୁଦ୍ଧା କଲେଜରେ ବାୟୋମେଟ୍ରିକ୍ ମେସିନରୁ ଫିଙ୍ଗରପ୍ରିଣ୍ଟ ଜରିଆରେ ଉପସ୍ଥାନ ନିଆଯାଉଛି। କିଛି କଲେଜରେ ଡୁପ୍ଲିକେଟ୍ ଫିଙ୍ଗରପ୍ରିଣ୍ଟ ଅଭିଯୋଗ ଆସିବା ପରେ ଉପସ୍ଥାନରେ ସ୍ବଚ୍ଛତା ଆଣିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଚଳିତ ମାସରୁ କଲେଜଗୁଡିକରୁ ବାୟୋମେଟ୍ରିକ୍ ମେସିନକୁ ହଟାଇ ଦିଆଯିବ। ଆସନ୍ତା ମାସ ୧ ତାରିଖରୁ ଡାକ୍ତରଙ୍କୁ ନିଜର ଫୋନରୁ ଉପସ୍ଥାନ ଦେବା ବାଧ୍ୟତାମୂଳକ ହେବ। ଏଥିସହିତ ମୋବାଇଲ ଫୋନକୁ ଆଧାର କାର୍ଡ ସହ ଲିଙ୍କ୍ କରିଦିଆଯିବ।
Follow Us