କୁକୁଡ଼ାଙ୍କ ଉପରେ ନିଷ୍ଠୁର ଆଚରଣ ବନ୍ଦ ପାଇଁ ଆଇନ

କୁକୁଡ଼ାଙ୍କ ଉପରେ ନିଷ୍ଠୁର ଆଚରଣ ବନ୍ଦ ପାଇଁ ଆଇନ

ନୂଆଦିଲ୍ଲୀ: ଲ’ କମିସନ୍‌ଙ୍କ ସୁପାରିସ ଆଧାରରେ ଅଣ୍ଡା ଦେଉଥିବା ଲେୟର୍‌ କୁକୁଡ଼ା ଏବଂ ବ୍ରଏଲର୍‌ କୁକୁଡ଼ାଙ୍କ ଉପରେ କରାଯାଉଥିବା ନିଷ୍ଠୁର ଆଚରଣ କେନ୍ଦ୍ର ସରକାର ପ୍ରିଭେନ୍‌ସନ୍‌ ଅଫ୍‌ କ୍ରୁଏଲ୍‌ଟି ଟୁ ଆନିମଲ୍‌ସ୍‌ ଆକ୍ଟ୍‌ ଅଧୀନରେ କଡ଼ା ଆଇନ୍‌ ପ୍ରଣୟନ କରିବାକୁ ଯୋଜନା କରୁଛନ୍ତି।
ବିଭିନ୍ନ ଦେଶକୁ କୁକ୍କୁଟଜାତ ସମାଗ୍ରୀ ରପ୍ତାନୀ କରୁଥିବା ଭାରତୀୟ କୁକ୍କୁଟ ଫାର୍ମଗୁଡ଼ିକରେ ଅସ୍ୱାସ୍ଥ୍ୟକର ପରିସ୍ଥିତି ଯୋଗୁଁ ଉପୁଜି ଥିବା ବିଶ୍ୱବ୍ୟାପୀ ଚିନ୍ତା କାରଣରୁ ମଧ୍ୟ ଏପରି ପଦକ୍ଷେପ ନିଆଯିବା ଅନ୍ୟ ଏକ କାରଣ। ଅପରିଚ୍ଛନ୍ନ ପରିସ୍ଥିତିରେ କୁକୁଡ଼ାଙ୍କୁ ରଖିବା ହିଁ ନିଷ୍ଠୁରତା ବୋଲି କୁହାଯାଉଛି।

ମଣିଷମାନଙ୍କ ଆହାର ପାଇଁ ଅଣ୍ଡା ଏବଂ ମାଂସ ଯୋଗାଇବାକୁ ପାଳନ କରାଯାଉଥିବା କୁକୁଡ଼ାଗୁଡ଼ିକୁ ଅତି ଅସ୍ୱାସ୍ଥ୍ୟକର ପରିବେଶରେ ରଖାଯାଉଛି। ଏହା ମଣିଷର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ଲ’ କମିସନ୍‌ ଗତବର୍ଷ ଆଇନ ମନ୍ତ୍ରାଳୟକୁ ରିପୋର୍ଟ କରିଥିଲେ। ଏଥିରେ କୁକୁଡ଼ା ଫାର୍ମ ସବୁରେ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟକର ପରିସ୍ଥିତି ବଜାୟ ରଖିବାକୁ କୁହା ଯାଇଥିଲା।

କୁକୁଡ଼ା ଫାର୍ମ ପାଇଁ ସମ୍ପୃକ୍ତ ରାଜ୍ୟର ପଶୁ ପାଳନ ବିଭାଗ ସାର୍ଟିଫିକେଟ୍‌ ଦେଉ ବୋଲି କହିବା ସହ ବ୍ରଏଲର୍‌ କୁକୁଡ଼ା ଏବଂ ଅଣ୍ଡାଦିଆ କୁକୁଡ଼ା ପାଳନ ପାଇଁ ଆଇନ୍‌ ତିଆରି କରୁ ବୋଲି କମିସନ୍‌ ପ୍ରସ୍ତାବ ଦେଇଥିଲେ।

publive-image
ଲ’ ପାନେଲ୍‌ ବ୍ୟତିରେକେ, ନେସ୍‌ନାଲ୍‌ ଏନ୍‌ଭାଇରୋନ୍‌ମେଣ୍ଟାଲ୍‌ ଇଞ୍ଜିନିୟରିଙ୍ଗ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ମଧ୍ୟ ଏ ସଙ୍କ୍ରାନ୍ତରେ ବିଚାର କରି କଠୋର ଆଇନ ପ୍ରଣୟନ କରିବାକୁ କହିଥିଲେ। କେବଳ ଏତିକି ନୁହେଁ, ସେମାନେ ଆଇନ୍‌ ଚିଠା ମଧ୍ୟ ପ୍ରସ୍ତୁତ କରି ଥିଲେ।

ଅଣ୍ଡା ଏବଂ ବ୍ରଏଲର୍‌ କୁକୁଡ଼ାର ଉତ୍ପାଦନ ୮% ରୁ ୧୦% ହାରରେ ବୃଦ୍ଧି ପାଉଛି। ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଏବେ ଭାରତ ବିଶ୍ୱରେ ୫ମ ସ୍ଥାନରେ ରହିଛି। ବ୍ରଏଲର୍‌ କୁକୁଡ଼ା ଉତ୍ପାଦନରେ ମଧ୍ୟ ଭାରତର ସ୍ଥାନ ୧୮ରେ।

୨୦୧୬-୧୭ ବର୍ଷରେ ଭାରତ ୪, ୪୯, ୫୨୭ ମେଟ୍ରିକ୍‌ ଟନ୍‌ କୁକ୍କୁଟ ଉତ୍ପାଦ ରପ୍ତାନି କରିଛି। ଏହାର ମୂଲ୍ୟ ପ୍ରାୟ ୫୩୧. ୬୫ କୋଟି ଟଙ୍କା। ଓମାନ, ସାଉଦି ଆରବ, ଇଣ୍ଡୋନେସିଆ, ରୁଷ୍‌ ଏବଂ ମାଳଦ୍ୱୀପକୁ ଭାରତ ବହୁ ପରିମାଣର କୁକ୍କୁଟ ଉତ୍ପାଦ ରପ୍ତାନି କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe