ଗୁଜବରୁ ବଢ଼ୁଛି ହିଂସାକାଣ୍ଡ:ହ୍ଵାଟ୍‌ସଆପ୍‌କୁ ସରକାରଙ୍କ ଚେତାବନୀ

Advertisment
ଗୁଜବରୁ ବଢ଼ୁଛି ହିଂସାକାଣ୍ଡ:ହ୍ଵାଟ୍‌ସଆପ୍‌କୁ ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ: ଗତ କିଛିଦିନ ଧରି ମେସେଜିଂ ଆପ୍ଲିକେସନ୍‌ ହ୍ଵାଟ୍‌ସଆପ୍‌ ଜରିଆରେ ପିଲାଚୋରି ଗୁଜବ ଖବର ବ୍ୟାପିବାରେ ଲାଗିଛି। ଅନ୍ୟ ଖବର ଭଳି ଏହାକୁ ବି ଲୋକେ ସତ ବୋଲି ଭାବୁଛନ୍ତି। ଏହାର କୁପରିଣତି ସ୍ୱରୂପ ଦେଶରେ ମୋଟ ୨୭ଟି ହତ୍ୟାକାଣ୍ଡ ଘଟିସାରିଲାଣି। ଏ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ହ୍ଵାଟ୍‌ସଆପ୍‌କୁ ଚେତାବନୀ ଦେଇଛନ୍ତି। ପିଲାଚୋରି ଗୁଜବ କିମ୍ବା ଅନ୍ୟ ଭ୍ରମ ସୃଷ୍ଟିକାରୀ ଖବର ପ୍ରସାରଣ ଉପରେ ନିୟନ୍ତ୍ରଣ ରଖିବା ଲାଗି ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଥାଉ କି ଗତ ରବିବାର ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ପିଲାଚୋର ସନ୍ଦେହରେ ୫ ଜଣ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏଥିରେ ୧୫ରୁ ଊର୍ଦ୍ଧ୍ୱ ସ୍ଥାନୀୟ ଲୋକଙ୍କୁ ଗିରଫ କରାଯାଇଥିଲା।

ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସରକାର। ହ୍ଵାଟ୍‌ସଆପ୍‌ ଦ୍ୱାରା ଏଭଳି ଦାୟିତ୍ୱହୀନ ଏବଂ ବିସ୍ଫୋରକ ବାର୍ତ୍ତା ଦିଆନିଆ ବନ୍ଦ କରିବା ନେଇ ତୁରନ୍ତ ପଦକ୍ଷେପ ନେବାକୁ ଏହି ମେସେଜିଂ ଆପ୍‌କୁ କହିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆଜି ଏ ନେଇ ଏକ ବିବୃତିରେ କୁହାଯାଇଛି ଯେ ହ୍ଵାଟ୍‌ସଆପ୍‌ ଦ୍ୱାରା ଏଭଳି ଦାୟିତ୍ୱହୀନ ଏବଂ ବିସ୍ଫୋରକ ବାର୍ତ୍ତା ପ୍ରସାରଣ ଆଦୌ ଗ୍ରହଣୀୟ ନୁହେଁ। ଏହି ଗୁଜବରୁ ଘଟୁଥିବା ହତ୍ୟାକାଣ୍ଡ ଖୁବ୍‌ ଯନ୍ତ୍ରଣାଦାୟକ। ଅନ୍ୟପକ୍ଷରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଏହି ଗୁଜବ ରୋକିବା ପାଇଁ ସୋସିଆଲ ନେଟ୍‌ଓ୍ଵର୍କିଂ ସାଇଟ୍‌ ଫେସବୁକ୍‌, ଟ୍ଵିଟର ଏବଂ ହ୍ଵାଟ୍‌ସଆପ୍‌ର ସହାୟତା ନିଆଯିବ ବୋଲି ଜଣାପଡ଼ିଛି। ତେବେ ଏହି ଘଟଣାରେ ବିସ୍ତତ ଆଲୋଚନା ପାଇଁ ମନ୍ତ୍ରାଳୟ ପକ୍ଷରୁ ସଂସ୍ଥାଗୁଡ଼ିକର କାର୍ଯ୍ୟନିର୍ବାହୀଙ୍କ ସହିତ ଆଲୋଚନା ପାଇଁ ପ୍ରସ୍ତୁତି କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe