ଘୁଞ୍ଚିବ ବି ମହାକୁମ୍ଭ ତାରିଖ ? ମାର୍ଚ୍ଚ ଯାଏଁ ଚାଲିବା ନେଇ ସୋସିଆଲ୍ ମିଡିଆରେ ବୁଲୁଛି ଖବର

march mahakumbha

Photograph: (SAMBAD.IN)

ପ୍ରୟାଗରାଜ: ଘୁଞ୍ଚିବ ବି ମହାକୁମ୍ଭ ତାରିଖ ? ମାର୍ଚ୍ଚ ଯାଏଁ ଚାଲିବ କି ମହାକୁମ୍ଭ ? ଫେବୃୟାରୀ ୨୬ରେ ମହାକୁମ୍ଭ ସରୁଥିବା ବେଳେ ଏହା ମାର୍ଚ୍ଚ ମାସ ଯାଏଁ ଜାରି ରହିବ କି ? ମହାକୁମ୍ଭ ସମାପ୍ତିର ତାରିଖକୁ ନେଇ ଏବେ ବଢିଛି ଦ୍ବନ୍ଦ୍ବ । ଆଉ ଏହି ଦ୍ବନ୍ଦ୍ବ କେବଳ ସୋସିଆଲ ମିଡିଆର କିଛି ପୋଷ୍ଟକୁ ନେଇ ହିଁ ଉଠିଛି । କିଛି ସୋସିଆଲ ମିଡିଆ ୟୁଜର୍ସ ପୋଷ୍ଟ କରିଛନ୍ତି ଯେ ମାର୍ଚ୍ଚ ଯାଏଁ କୁମ୍ଭମେଳା ଜାରି ରହିବ । ଶିବରାତ୍ରୀରେ ଶେଷ ନହୋଇ ତାହା ଆହୁରି କିଛି ଦିନ ଚାଲୁ ରହିବ । 

ତେବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା କିଛି ଅପପ୍ରଚାର ଏବଂ ଗୁଜବକୁ ନେଇ ଏବେ ଭକ୍ତଙ୍କ ମନରେ ଦ୍ବନ୍ଦ୍ବ ଉପୁଜିଛି । ପ୍ରୟାଗରାଜ ଯାଉଥିବା ଅନେକ ଶ୍ରଦ୍ଧାଳୁ ଏହି ତାରିଖ ଘୁଞ୍ଚିବା କଥାକୁ ନେଇ କନଫ୍ୟୁଜ ଥିବା ବେଳେ ସ୍ପଷ୍ଟୀକରଣ ରଖିଛନ୍ତି ପ୍ରୟାଗରାଜ ଜିଲ୍ଲାପାଳ । ଅପପ୍ରଚାରକୁ ଖଣ୍ଡନ କରି ସେ କହିଛନ୍ତି, ମହାକୁମ୍ଭର ଆରମ୍ଭ ଏବଂ ଶେଷ ତାରିଖ ମୁହୂର୍ତ୍ତ ଅନୁସାରେ ସ୍ଥିର ହୋଇଥାଏ । ୨୬ ଫେବୃୟାରୀ ହେଉଛି ମହାକୁମ୍ଭ ସମାପ୍ତ ହେବାର ନିର୍ଦ୍ଧାରିତ ତାରିଖ । 

ତେବେ ଶିବରାତ୍ରୀ ଦିନ ମହାକୁମ୍ଭ ଶେଷ ହେଉଥିବା ବେଳେ ଏହା ଶେଷ ସପ୍ତାହ ହୋଇଥିବାରୁ ପ୍ରୟାଗରାଜକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଲକ୍ଷ ଲକ୍ଷ ଭକ୍ତ ସଂଗମରେ ପବିତ୍ର ବୁଡ ପକାଉଥିବା ବେଳେ ଗୁରୁବାର ୧.୨୮ କୋଟି ଭକ୍ତ ତ୍ରିବେଣୀରେ ସ୍ନାନ କରିଛନ୍ତି ଆଉ ଏଯାଏଁ ୫୮ କୋଟି ଶ୍ରଦ୍ଧାଳୁ ବୁଡ ପକାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe