କରୋନାଭାଇରସ୍‌ ସଟ୍‌ଡାଉନ୍‌ ଶେଷ କରିବାକୁ ରାଜ୍ୟମାନଙ୍କ ଲାଗି ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ତ୍ରିସ୍ତରୀୟ ଯୋଜନା

କରୋନାଭାଇରସ୍‌ ସଟ୍‌ଡାଉନ୍‌ ଶେଷ କରିବାକୁ ରାଜ୍ୟମାନଙ୍କ ଲାଗି ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ତ୍ରିସ୍ତରୀୟ ଯୋଜନା

Image Courtesy of Reuters

ୱାସିଂଟନ୍: କରୋନାଭାଇରସ୍‌ ସଟ୍‌ଡାଉନ୍ କବଳରୁ ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥନୀତିକୁ ପୁନଃରୁତ୍ଥାନ କରିବା ପାଇଁ ପ୍ରାଦେଶିକ ଗଭର୍ଣ୍ଣନର୍‌ମାନଙ୍କ ନିମନ୍ତେ ଗୁରୁବାର ଦିନ ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍‌ ତ୍ରିସ୍ତରୀୟ ମାର୍ଗଦର୍ଶିକା ଘୋଷଣା କରିଛନ୍ତି।

କରୋନାଭାଇରସ୍‌ ସମ୍ବନ୍ଧୀୟ ପ୍ରାତ୍ୟେହିକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ୍ ଯୁକ୍ତି ବାଢ଼ିଥିଲେ ଯେ ଦୀର୍ଘକାଳୀନ ସଟ୍‌ଡାଉନ୍‌ ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥନୀତି ଓ ସମାଜ ନିମନ୍ତେ ବ୍ୟାପକ କ୍ଷତିକାରକ ହୋଇପାରେ।

ଜାରି କରିଥିବା ମାର୍ଗଦର୍ଶିକା ଉପରେ ସବିଶେଷ ବିବରଣୀ ନ ଦେଇ ସାମ୍ବାଦିକମାନଙ୍କୁ ଟ୍ରମ୍ପ୍‌ କହିଲେ ଆମେ ସବୁଗୁଡ଼ାକ ଏକା ଥରକେ ଖୋଲି ପକାଇବୁ ନାହିଁ। ଥରକେ ସାବଧାନତାର ସହ ଗୋଟିଏ ଗୋଟିଏ ଖୋଲିବୁ।

ଟ୍ରମ୍ପ୍‌ଙ୍କ ମାର୍ଗଦର୍ଶିକାରୁ ଜଣାପଡ଼ିଛି ଯେ ପ୍ରଥମ ପର୍ଯ୍ୟାୟ ସଟ୍‌ଡାଉନ୍‌ ଉଠିବା ପରେ ଉଚିତ ଦୂରତା ବଜାୟ ରଖିବା ସମ୍ଭବପର ନ ହେଲେ ୧୦ଜଣ ଲୋକଙ୍କୁ ଏକତ୍ର କରାଇ ଦିଆଯିବ ନାହିଁ। ଅଣ-ଅତ୍ୟାବଶ୍ୟ ଭ୍ରମଣ ସର୍ବନିମ୍ନ କରାଯିବ। ଦୂରରୁ ଥାଇ କାମ କରିବାକୁ ପ୍ରୋତ୍ସାହିତ କରାଯିବ। ଅଫିସ୍‌ରେ ସମସ୍ତେ ଚଳପ୍ରଚଳ ହୋଉଥିବା ପ୍ରକୋଷ୍ଠ ସବୁ ବନ୍ଦ ରହିବ।

publive-image Image Source: Hindustan Times

ପ୍ରଥମ ପର୍ଯ୍ୟାୟ ସଟ୍‌ଡାଉନ୍ ଶେଷରେ ସ୍କୁଲ୍ ବନ୍ଦ ରହିବ କିନ୍ତୁ, କଠୋର ସାମାଜିକ ଦୂରତା ଅବଲମ୍ବନ କରି ସିନେମା ‌ହଲ୍, ରେସ୍ତୋ‌ରାଁ, ଷ୍ଟାଡିୟମ୍ ଏବଂ ଉପାସନାସ୍ଥଳ ଆଦି ଖୋଲିବ।

ଦ୍ବିତୀୟ ପର୍ଯ୍ୟାୟ ହେଉ କରୋନାଭାଇରସ୍ ସଂକ୍ରମଣ ପୁଣି ଫେରିଥିବାର ପ୍ରମାଣ ନ ଥିବା ରାଜ୍ୟମାନଙ୍କ ପାଇଁ। ସେ ସବୁ ରାଜ୍ୟରେ ସାମାଜିକ ଦୂରତା ବଜାୟ ରଖିବା ସମ୍ଭବପର ନ ହେଲେ ଏକକାଳୀନ ୫୦ରୁ ଅଧିକ ଲୋ‌କ ଏକତ୍ର ହୋଇ ପାରିବେ ନାହିଁ। ଲୋକେ ଅଣ-ଅତ୍ୟାବଶ୍ୟକ ଯାତ୍ରା/ଭ୍ରମଣ କରିପାରନ୍ତି। ସେଠାରେ ସ୍କୁଲ୍‌ ଓ ଯୁବଶିବିର ଚାଲୁ ହେବ। ଅଳ୍ପ ଲୋକ ସମବେତ ହେବା ପରି ସ୍ଥାନଥିବା ବାର୍ ସବୁ ଖୋଲାଯିବ।

ତୃତୀୟ ପର୍ଯ୍ୟାୟରେ କର୍ମକ୍ଷେତ୍ର ବା ଅଫିସର୍‌ କର୍ମଚାରୀଙ୍କ ପାଇଁ କୌଣସି କଟକଣା ରହିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe