ଚଣ୍ଡିଗଡ଼: ବାହାଘର ବେଳେ ମାସ୍କ ପିନ୍ଧି ନ ଥିବା କାରଣରୁ ମଙ୍ଗଳବାର ଦିନ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏକ ନବଦମ୍ପତିଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ପରିବାରବର୍ଗଙ୍କ ଇଚ୍ଛା ବିରୋଧରେ ବିବାହ କରିଥିବାରୁ ଦୁହେଁ ସୁରକ୍ଷା ନିମନ୍ତେ ଅଦାଲତଙ୍କ ଶରଣ ପଶିଥିଲେ।
ନବଦମ୍ପତି ଅଦାଲତରେ ଦାଖଲ କରିଥବା ଆବେଦନ ପତ୍ରରେ ସଂଯୋଗ କରିଥିବା ବିବାହକାଳୀନ ଫଟୋରେ ଉଭୟ ମାସ୍କ ପିନ୍ଧି ନ ଥିବା ଦେଖି ବିଚାରପତି ହରି ପାଲ୍ ବର୍ମାଙ୍କ ହାଇକୋର୍ଟ ଖଣ୍ଡପୀଠ ଜରିମାନା ପାଇଁ ଆଦେଶ ଦେଇଥିଲେ। ଖଣ୍ଡପୀଠ କହିଲେ ଯେ ପିଟିସନ୍ର ପୃଷ୍ଠା-୪ରେ ସଂଯୋଗ ହୋଇଥିବା ବିବାହକାଳୀନ ଫଟୋରେ ସେମାନେ ମାସ୍କ ପିନ୍ଧି ନାହାନ୍ତି। କୋଭିଡ୍-୧୯ ସଂକ୍ରମଣ ରୋକିବାକୁ ଏପ୍ରିଲ୍ ୯ ତାରିଖ ଠାରୁ ରାଜ୍ୟରେ ମାସ୍କ ପିନ୍ଧିବା ଅନିବାର୍ଯ୍ୟ ଘୋଷଣା କରାଯାଇଛି। ତେଣୁ, ସେମାନେ ୧୦ ହଜାର ଟଙ୍କା ଜରିମାନା ଦିଅନ୍ତୁ।
/sambad/media/post_attachments/wp-content/uploads/2020/06/ra-courple.jpg) Image Courtesy of NDTV
 Image Courtesy of NDTV୧୫ ଦିନ ମଧ୍ୟରେ ଜରିମାନା ଅର୍ଥ ହୋସିଆରପୁର ଜିଲ୍ଲାପାଳଙ୍କ ଠାରେ ଦାଖଲ କରିବାକୁ ଅଦାଲ ଦୁହିଁଙ୍କୁ ଆଦେଶ ଦେଇଛନ୍ତି। ଏହି ଜରିମାନା ଅର୍ଥରେ ହୋସିଆରପୁର ଲୋକମାନଙ୍କ ପାଇଁ ମାସ୍କ ଯୋଗାଇ ଦିଆଯିବ ବୋଲି ଖଣ୍ଡପୀଠ କହିଛନ୍ତି।
ଏହା ବ୍ୟତିରେକେ, ନବଦମ୍ପତିଙ୍କ ଜୀବନ ଓ ସ୍ବାଧୀନତା ଉପରେ ଯେମିତି କୌଣସି ବିପତ୍ତି ନ ଆସେ ସେଥିପାଇଁ ସୁନିଶ୍ଚିତ ହେବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଦାଲତ ଗୁରଦାସପୁର ଏସ୍ଏସ୍ପିଙ୍କୁ ନିର୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/06/New-Married-Couple-Fines-10K-Rupess_Thumbnail.jpg)