ଶୋଇଥିବା ବେଳେ ଗର୍ଭବତୀଙ୍କ ଉପରେ ଓଭରବ୍ରିଜରୁ ଖସି ପଡ଼ିଲା କାର: ଶଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଅଛନ୍ତି ଭର୍ତ୍ତି

Advertisment

ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଦ୍ରୁତଗାମୀ କାର ଭାରସାମ୍ୟ ହରାଇ ଓଭରବ୍ରିଜର ରେଲିଂ ଭାଙ୍ଗି ଏକ ବସ୍ତି ଉପରେ ଆସି ଖସି ପଡ଼ି ଥିଲା। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟ ଆହତ ହୋଇଛନ୍ତି।

ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଦ୍ରୁତଗାମୀ କାର ଭାରସାମ୍ୟ ହରାଇ ଓଭରବ୍ରିଜର ରେଲିଂ ଭାଙ୍ଗି ଏକ ବସ୍ତି ଉପରେ ଆସି ଖସି ପଡ଼ି ଥିଲା। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟ ଆହତ ହୋଇଛନ୍ତି।

re

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଦ୍ରୁତଗାମୀ କାର ଭାରସାମ୍ୟ ହରାଇ ଓଭରବ୍ରିଜର ରେଲିଂ ଭାଙ୍ଗି ଏକ ବସ୍ତି ଉପରେ ଆସି ଖସି ପଡ଼ି ଥିଲା। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟ ଆହତ ହୋଇଥିଲେ। ଏହି ଆହତଙ୍କ ମଧ୍ୟରେ ଜଣେ ଗର୍ଭବତୀ ମଧ୍ୟ ଥିଲେ। । ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ତୁରନ୍ତ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ନ୍ୟୁ ଗାଜିଆବାଦ ରେଳ ଷ୍ଟେସନ ନିକଟରେ ଏକ ଦ୍ରୁତଗାମୀ କାର ଭାରସାମ୍ୟ ହରାଇ ରେଳ ଓଭରବ୍ରିଜର ରେଲିଂ ଭାଙ୍ଗି ୫୦ ଫୁଟ ତଳରେ ଥିବା ବସ୍ତି ଉପରେ ଖସି ପଡ଼ିଥିଲା। ଏହି ଘଟଣାରେ ଅଯୋଧ୍ୟା ଜିଲ୍ଲାର ବାସିନ୍ଦା ମଧୁ (୩୩) ତାଙ୍କ ସ୍ୱାମୀ ସନ୍ଦୀପ (୩୬) ଏବଂ ସେମାନଙ୍କର ଦୁଇ ପିଲା ଶିବମ (୮) ଏବଂ କାର୍ତ୍ତିକ (୩) ଆହତ ହୋଇଛନ୍ତି।
 

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଏମଏମଜି ହସ୍ପିଟାଲରେ ଭର୍ତ୍ତି କରିଥିଲା। ନଅ ମାସର ଆହତ ଗର୍ଭବତୀ ଏକ ସୁସ୍ଥ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ବେଳେ ଏବେ ବି ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଖବର ଲେଖାହେଲା ପର୍ଯ୍ୟନ୍ତ ତାଙ୍କ ଚେତା ଫେରି ନଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe