Image Courtesy: Money Control
ମୁମ୍ବାଇ: ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଆଜି ସର୍ବକାଳୀନ ସର୍ବନିମ୍ନ ୭୯.୦୩କୁ ଖସି ଆସିଛି। ବୁଧବାର ଦିନ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ୧୮ପଇସାର ହ୍ରାସ ଘଟି ଏହା ୭୯.୦୩ (ଅସ୍ଥାୟୀ) ରେକର୍ଡ ନିମ୍ନସ୍ତରରେ ବନ୍ଦ ହୋଇଛି। ଯାହା କ୍ରମାଗତ ବିଦେଶୀ ପୁଞ୍ଜି ବର୍ହିଗମନ, ବିଦେଶରେ ଏକ ଶକ୍ତିଶାଳୀ ଡଲାର ଏବଂ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଦ୍ୱାରା ପ୍ରଭାବିତ ହୋଇଛି।
ଆନ୍ତଃବ୍ୟାଙ୍କ ବୈଦେଶିକ ମୁଦ୍ରା ବଜାରରେ, ଟଙ୍କା ଆଜି ଗ୍ରିନବ୍ୟାକ୍ ବିରୁଦ୍ଧରେ ୭୮.୮୬ରେ ଖୋଲିଥିଲା ଏବଂ କାରବାର ଶେଷରେ ଏହା ୭୯.୦୩ରେ ସ୍ଥିର ହୋଇଥିଲା। ଭାରତୀୟ ଟଙ୍କା ଏହାର ପୂର୍ବ ରେକର୍ଡ ତୁଳନାରେ ୧୮ ପଇସା ହ୍ରାସ ପାଇଥିଲା। କାରବାର ସମୟରେ, ଭାରତୀୟ ଟଙ୍କା ଆମେରିକୀୟ ମୁଦ୍ରା ଡଲାର ତୁଳନାରେ ସର୍ବକାଳୀନ ସର୍ବନିମ୍ନ ୭୯.୦୫ ଛୁଇଁଥିଲା। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଆଜି ସର୍ବକାଳୀନ ସର୍ବନିମ୍ନ ୭୯.୦୩କୁ ଖସି ଆସିବା ଫଳରେ ଷ୍ଟକ ବାଜାରର କାରବାର ଗଭୀର ଭାବେ ପ୍ରଭାବିତ ହୋଇଥିଲା।
Follow Us