ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୯.୮୧ ଟଙ୍କାକୁ ଖସିଲା

Advertisment
ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୯.୮୧ ଟଙ୍କାକୁ ଖସିଲା

ନୂଆଦିଲ୍ଲୀ : ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି। ମୁଦ୍ରା ବିନିମୟ ବଜାରରେ ଆଜି ଡଲାର ତୁଳନାରେ ଟଙ୍କା ମୂଲ୍ୟ ୨୨ ପଇସା ହ୍ରାସ ପାଇ ୭୯.୮୧ ଟଙ୍କା ସ୍ତରରେ ପହଞ୍ଚିଛି। ଯଦି ଏହି ଧାରା ଜାରି ରହିବ ତେବେ ଏକ ଡଲାର ମୂଲ୍ୟ ଶୀଘ୍ର ୮୦ ଟଙ୍କା ହୋଇଯିବ ବୋଲି ଅନୁମାନ କରାଯାଉଛି। ଡଲାର କେବଳ ଭାରତରେ ନୁହେଁ ସାରା ବିଶ୍ବରେ ଶକ୍ତିଶାଳୀ ମୁଦ୍ରା ଭାବେ ଉଭା ହୋଇଛି। ବିଦେଶ ବଜାରରେ ଡଲାର ଦାମ୍ ୨୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଷ୍ଟକ ବଜାରରେ ମାନ୍ଦା କାରବାର ଓ ବିଦେଶୀ ନିବେଶକମାନେ ଷ୍ଟକ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରୁଥିବା ଟଙ୍କା ଉପରେ ଚାପ ରହିଛି। ବିଶ୍ବର ବିଭିନ୍ନ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ବଢ଼ାଉଥିବାରୁ ଡଲାର ଆହୁରି ଶକ୍ତିଶାଳୀ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe