ରୁଷ୍‌ ନିର୍ବାଚନ ଚତୁର୍ଥ ଥର ପାଇଁ କ୍ଷମତାକୁ ଫେରିବେ ପୁଟିନ!

Advertisment
ଭାରତ, ବ୍ରାଜିଲ୍‌ ନିର୍ବାଚନ ଉପରେ ରୁଷିଆର ଆଖି

Image Courtesy of Reuters

ମସ୍କୋ: ରୁଷ୍‌ର ନାଗରିକମାନେ ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ବର୍ତ୍ତମାନର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଆଗାମୀ ୬ ବର୍ଷ ପାଇଁ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ପୁଟିନ ଅତି ସହଜରେ ବିପୁଳ ବିଜୟ ହାସଲ କରିବେ ବୋଲି ବିଭିନ୍ନ ସର୍ଭେ ସଂସ୍ଥା ଆକଳନ କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ୧୦ କୋଟି ୯୦ ଲକ୍ଷ ଭୋଟର୍‌ ଯୋଗ୍ୟ ଥିବା ବେଳେ ଏଥର ନିର୍ବାଚନ ଏକତରଫା ହୋଇଥିବା କୁହାଯାଉଛି। ପୁଟିନଙ୍କ ବିରୋଧରେ କୌଣସି ଶକ୍ତିଶାଳୀ ନେତା ମଇଦାନରେ ନଥିବାରୁ ପୂର୍ବ ନିର୍ବାଚନ ତୁଳନାରେ ସେ ଆହୁରି ବିଶାଳ ବିଜୟ ହାସଲ କରିବେ। ପୁଟିନ ୪ର୍ଥ ଥର ପାଇଁ ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ତାଙ୍କର ଶାସନରେ ରୁଷ୍‌ ଉଭୟ ଆର୍ଥିକ ଓ ସାମରିକ ଦୃଷ୍ଟିରୁ ଯଥେଷ୍ଟ ଶକ୍ତିଶାଳୀ ହୋଇପାରିଛି। ୨୦୦୦ ମସିହାରୁ ନିର୍ବାଚିତ ହୋଇଆସୁଥିବା ପୁଟିନ ରାଷ୍ଟ୍ରପତି ପଦରେ ୨୦୧୪ ପର୍ଯ୍ୟନ୍ତ ରହିବେ। ଏହାପରେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସେ ଏହି ପଦ ପାଇଁ ଆଉ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe