ଭାରତର ଅନୁରୋଧ ରକ୍ଷା କଲା ରୁଷ୍‌, ପାକିସ୍ତାନକୁ ଦେବନି ଅସ୍ତ୍ରଶସ୍ତ୍ର

Advertisment
ଭାରତର ଅନୁରୋଧ ରକ୍ଷା କଲା ରୁଷ୍‌, ପାକିସ୍ତାନକୁ ଦେବନି ଅସ୍ତ୍ରଶସ୍ତ୍ର

www.timesnownews.com

ମସ୍କୋ:  ଆମ ଦେଶ ଭାରତକୁ ଏକ ବଡ଼ କୂଟନୈତିକ ବିଜୟ ମିଳିଛି। ଭାରତର ଅନୁରୋଧକୁ ରକ୍ଷା କରି ରୁଷ୍‌ ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ଚାଲାଣ ନ କରିବା ନୀତି ଜାରି ରଖିବ ବୋଲି ପ୍ରତିଶ୍ରୁତି ଦେଇଛି । ଗୁରୁବାର ସନ୍ଧ୍ୟାରେ ମସ୍କୋରେ ତାଙ୍କ ପ୍ରତିପକ୍ଷ ଜେନ ସର୍ଗି ଶୋଏଗୁଙ୍କ ସହ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସାକ୍ଷାତ ସମୟରେ ରୁଷ ନୀତିର ପୁନରାବୃତ୍ତି ପାଇଁ ଅନୁରୋଧ କରିଥିଲେ। ରୁଷ ଏବେ ଭାରତର ଏହି ଅନୁରୋଧକୁ ରକ୍ଷା କରିଛି।

ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା ଯେ  ପ୍ରତିରକ୍ଷା ମନ୍ତ୍ରୀ  ରାଜନାଥ ସିଂ ଏବଂ ଜେନ ଶୋଏଗୁଙ୍କ ସାକ୍ଷାତ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ମସ୍କୋରେ ଥିବା ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରାଳୟରେ ଏହି ସାକ୍ଷାତ ହୋଇଥିବା ସୂଚନା ରହିଛି।

publive-image Business Line

ଉଭୟ ବନ୍ଧୁ ରାଷ୍ଟ୍ର ମଧ୍ୟରେ ପ୍ରତିରକ୍ଷା ଏବଂ ରଣନୈତିକ ସହଯୋଗ ବଜାୟ ରଖିବାକୁ ଏହି ଦୁଇ ମନ୍ତ୍ରୀ ସାକ୍ଷାତ୍‌ କାଳରେ ଆଲୋଚନା କରିଥିଲେ।

ଏ ନେଇ ରାଜନାଥ ସିଂ ଏକ ଟ୍ବିଟ୍‌ କରି ଲେଖିଛନ୍ତି କି ‘ଆଜି ମସ୍କୋରେ ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ସର୍ଗି ଶୋଏଗୁଙ୍କ ସହ  ବୈଠକ ଫଳପ୍ରଦ ଥିଲା। ବୈଠକରେ ଆମେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛୁ। ବି‌ଶେଷ କରି ପ୍ରତିରକ୍ଷା ଓ ରଣନୈତିକ ସହଯୋଗକୁ କିପରି ଆହୁରି ଦୃଢ଼ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରିଛୁ।’

ପୂର୍ବରୁ ରାଜନାଥ ସିଂହ ସାଂଘାଇ କୋପରେସନ୍‌ ଅର୍ଗାନାଇଜେସନ୍‌ (ଏସସିଓ)ର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ‌ରେ ଯୋଗ ଦେବାକୁ ତିନିଦିନିଆ ଗସ୍ତରେ ମସ୍କୋରେ ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe