ସ୍ବୀକାର କଲା ରୁଷ୍‌, ବହୁ ସୈନିକଙ୍କ ମୃତ୍ୟୁ ହୋଇଛି

Advertisment
ସ୍ବୀକାର କଲା ରୁଷ୍‌, ବହୁ ସୈନିକଙ୍କ ମୃତ୍ୟୁ ହୋଇଛି

Yahoo News

ମସ୍କୋ: ୟୁକ୍ରେନରେ ରୁଷ୍‌ର ସାମରିକ ଆକ୍ରମଣକୁ ୬ ସପ୍ତାହରୁ ଅଧିକ ସମୟ ହେଲାଣି। ଦିନକୁ ଦିନ ଯୁଦ୍ଧଜନିତ କ୍ଷତି ବଢ଼ି ବଢ଼ି ଚାଲିଛି। ୟୁକ୍ରେନ ଉପରେ ରୁଷ୍‌ ଚଳାଇଥିବା ଆକ୍ରମଣକୁ ପାଶ୍ଚାତ୍ୟ ଦେଶଗୁଡ଼ିକ ନିନ୍ଦା କରିବା ସହିତ ଏହା ବିରୋଧରେ କଠୋର କଟକଣା ଲଗାଇଛନ୍ତି। ଇତିମଧ୍ୟରେ ରୁଷ୍‌ ସେନାକୁ ମଧ୍ୟ ୟୁକ୍ରେନ ସେନା ବିଭିନ୍ନ ସହରରେ କଡ଼ା ଟକ୍କର ଦେଉଛନ୍ତି। ତେବେ ଏକ ବିରଳ ଘଟଣା କ୍ରମରେ ନିଜର ସୈନ୍ୟବାହିନୀକୁ ହୋଇଥିବା କ୍ଷତିକୁ ରୁଷ୍‌ ସ୍ବୀକାର କରିଛି। କ୍ରେମଲିନ୍ ପ୍ରବକ୍ତା ଡିମିତ୍ରି ପେସ‌୍‌କୋଭ ରୁଷର ସୈନିକମାନେ ବହୁସଂଖ୍ୟାରେ ନିହତ ହୋଇଥିବା ବିଷୟ ଏକ ଟିଭି ସାକ୍ଷାତକାରରେ କହିଛନ୍ତି। ଯଦିଓ ନିର୍ଦ୍ଦି‌ଷ୍ଟ ସଂଖ୍ୟା ନେଇ କିଛି କୁହାଯାଇ ନାହିଁ ତଥାପି ସୈନିକମାନଙ୍କ ବୃଦ୍ଧି ପାଉଥିବା ମୃତ୍ୟୁସଂଖ୍ୟା ‌ଦେଶ ପାଇଁ ଏକ ବଡ଼ ବିପର୍ଯ୍ୟୟ ବୋଲି ସେ କହିଛନ୍ତି। ୟୁକ୍ରେନର ବୁସା ସହରରେ ହୋଇଥିବା ଅମାନବୀୟ ହତ୍ୟାକାଣ୍ଡକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଏଭଳି ସ୍ଥିତିରେ ଜାତିସଂଘର ମାନବ ଅଧିକାର ପରିଷଦରୁ ରୁଷ୍‌କୁ ବିଦା କରାଯାଇଛି। କିନ୍ତୁ ୟୁକ୍ରେନ ଆକ୍ରମଣର ଅଗ୍ରଗତି ଯେଉଁ ମାତ୍ରାରେ ହେବା କଥା ତାହା ହେଉ ନଥିବାରୁ ପୁଟିନ ରକ୍ତ ଚାଉଳ ଚୋବାଉଥିବା କୁହାଯାଉଛି।

ୟୁକ୍ରେନ ଉପରେ ରୁଷ୍‌ ଗତ ଫେବ୍ରୁଆରି ୨୪ ତାରିଖରେ ଆକ୍ରମଣ ଆରମ୍ଭ କରିଥିଲା। ସେବେଠାରୁ ୟୁକ୍ରେନରୁ ପାଖାପାଖି ୪୩ ଲକ୍ଷ ଲୋକ ପଡ଼ୋଶୀ ଦେଶକୁ ପଳାଇ ଯାଇ ସେଠାରେ ଶରଣାର୍ଥୀ ପାଲଟି ସାରିଲେଣି। ଜାତିସଂଘର କହିବାନୁଯାୟୀ, ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୫୦୦ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଲାଣି ଏବଂ ଏହି ସଂଖ୍ୟା ବଢ଼ିଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe