ୟୁକ୍ରେନରେ ରୁଷର ଭୟଙ୍କର ଆକ୍ରମଣ, ୬୭ଟି ଡ୍ରୋନରୁ ବୋମାବର୍ଷା

ଶୁକ୍ରବାର ରାତିରେ ରୁଷ୍ ୬୭ଟି ଭୟଙ୍କର ଓ ବିପଜ୍ଜନକ ଡ୍ରୋନ୍ ସହ ୟୁକ୍ରେନର ରାଜଧାନୀ କିବ୍ ଉପରେ ଆକ୍ରମଣ କରିଥିଲା। ୟୁକ୍ରେନ ସେନା କହିଛି ଯେ ରୁଷ୍ କିବ୍ ଉପରେ ସାରା ରାତି ଡ୍ରୋନ୍ ଆକ୍ରମଣ କରିଥିଲା।

russian drone

କିବ : ଋଷ ଓ ୟୁକ୍ରେନ ମଧ୍ୟରେ ଅଢ଼େଇ ବର୍ଷରୁ ଅଧିକ ସମୟ ଧରି ଚାଲିଥିବାବେଳେ ଦିନକୁ ଦିନ ଯୁଦ୍ଧ ଆହୁରି ମାରାତ୍ମକ ହୋଇଚାଲିଛି। ଗତକାଲି ରାତିରେ ରୁଷ୍ ୬୭ଟି ଭୟଙ୍କର ଓ ବିପଜ୍ଜନକ ଡ୍ରୋନ୍ ସହ ୟୁକ୍ରେନର ରାଜଧାନୀ କିବ୍ ଉପରେ ଆକ୍ରମଣ କରିଥିଲା। ୟୁକ୍ରେନ ସେନା କହିଛି ଯେ ରୁଷ୍ କିବ୍ ଉପରେ ସାରା ରାତି ଡ୍ରୋନ୍ ଆକ୍ରମଣ କରିଥିଲା। ତେବେ ୟୁକ୍ରେନ ବାୟୁସେନା ସେମାନଙ୍କ ମଧ୍ୟରୁ ୫୮ ଜଣଙ୍କୁ ଖସାଇ ଦେଇଥିବା ଦାବି କରିଛି। ରୁଷ୍ ଆକ୍ରମଣକୁ ଦୃଷ୍ଟିରେ ରଖି ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମକୁ ୧୧ଟି ଅଞ୍ଚଳରେ ସକ୍ରିୟ କରାଯାଇଛି। 

ୟୁକ୍ରେନ ସେନା କହିଛି ଯେ ରୁଷ୍ କିବ୍ ଉପରେ ସାରା ରାତି ଡ୍ରୋନ୍ ଆକ୍ରମଣ କରିଥିଲା। ତେବେ ୟୁକ୍ରେନ ବାୟୁସେନା ସେମାନଙ୍କ ମଧ୍ୟରୁ ୫୮ ଜଣଙ୍କୁ ଖସାଇ ଦେଇଥିବା ଦାବି କରିଛି। ରୁଷ୍ ଆକ୍ରମଣକୁ ଦୃଷ୍ଟିରେ ରଖି ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମକୁ ୧୧ଟି ଅଞ୍ଚଳରେ ସକ୍ରିୟ କରାଯାଇଛି। 

କିବ୍ ର ସଂସଦ ଭବନରୁ ମଧ୍ୟ ଡ୍ରୋନର ଭଗ୍ନାବଶେଷ ଉଦ୍ଧାର କରାଯାଇଛି ବୋଲି ସେନା ପକ୍ଷରୁ କୁହାଯାଇଛି। ରୁଷ୍ ର ଡ୍ରୋନ୍ ଆକ୍ରମଣ ଏବଂ ଏହାର ଭଗ୍ନାବଶେଷର ଫଟୋ ସହିତ ୟୁକ୍ରେନ୍ ଏହାର ଅଫିସିଆଲ୍ ଟେଲିଗ୍ରାମ ପେଜ୍ ରେ ଏହି ସୂଚନା ପୋଷ୍ଟ କରିଛି। ପାଶ୍ଚାତ୍ୟ ଦେଶମାନଙ୍କଠାରୁ ଅଧିଗ୍ରହଣ କରାଯାଇଥିବା ଏୟାର ଡିଫେନ୍ସ ନେଟୱାର୍କ ସିଷ୍ଟମ ଯୋଗୁଁ ରୁଷିଆର କ୍ଷେପଣାସ୍ତ୍ର ଏବଂ ଡ୍ରୋନ କେନ୍ଦ୍ରୀୟ କିବରେ ପହଞ୍ଚିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । କିନ୍ତୁ ଏଥର ରୁଷୀୟ ଡ୍ରୋନଗୁଡ଼ିକ କିବରେ ଅନୁପ୍ରବେଶ କରିବାକୁ ସକ୍ଷମ ହୋଇଛନ୍ତି । ଏପରିକି କିବର ସବୁଠାରୁ ସୁରକ୍ଷିତ ଅଂଚଳ ଭାବେ ଗଣାହେଉଥିବା ରାଷ୍ଟ୍ରପତି ଭବନ ଓ ସଂସଦ ଭବନ ଅଂଚଳ ନିକଟକୁ ବି ଏସବୁ ଡ୍ରୋନ ପହଞ୍ଚିବାକୁ ସକ୍ଷମ ହୋଇଛନ୍ତି ।  ଏସବୁ ଡ୍ରୋନକୁ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ ଅକାମୀ କରିଦେଇଥିଲା । ତେବେ ଏହା ୟୁ୍କ୍ରେନର ଚିନ୍ତା ବଢାଇଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe