Image Courtsy: Dawn
ମସ୍କୋ/ଇସଲାମାବାଦ: ପାକିସ୍ତାନରେ ଜାରି ରହିଥିବା ଜଟିଳ ରାଜନୈତିକ ସଙ୍କଟ ପାଇଁ ରୁଷ୍ ଆମେରିକାକୁ ଦାୟୀ କରିଛି। ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିଥିବାରୁ ରୁଷ୍ ଆମେରିକାକୁ କଡ଼ା ସମାଲୋଚନା କରିଛି। ରୁଷ୍ କହିଛି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଆମେରିକା ପ୍ରତି କୃତଜ୍ଞ ନ ରହିବାରୁ ଫଳ ଭୋଗୁଛନ୍ତି। ଚଳିତବର୍ଷ ଫେବ୍ରୁଆରିରେ ଆମେରିକାର ବାରଣକୁ ଭୃକ୍ଷେପ ନକରି ସେ ରୁଷ୍ ଆସିଥିବାରୁ ତାଙ୍କୁ ଦଣ୍ଡିତ କରାଯାଇଛି ବୋଲି ରୁଷ୍ ଦାବି କରିଛି। ଉଲ୍ଲେଖଯୋଗ୍ୟ. ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ୟୁକ୍ରେନ୍ ଆକ୍ରମଣ ଆରମ୍ଭ ହେବାପରେ ଫେବ୍ରୁଆରି ୨୪ ତାରିଖରେ ପୁଟିନଙ୍କୁ ସାକ୍ଷାତ କରିଥିଲେ। ରୁଷ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମାରିଆ ଜାକାରୋଭା କହିଛନ୍ତି, ରୁଷ୍ ଗସ୍ତ ନ କରିବାପାଇଁ ଇମ୍ରାନ୍ଙ୍କ ଉପରେ ଆମେରିକାର ଚାପ ସତ୍ତ୍ବେ ଇମ୍ରାନ୍ ମସ୍କୋ ଗସ୍ତ କରିଥିଲେ। ଇମ୍ରାନଙ୍କ ଗସ୍ତ ପରେ ଆମେରିକା ଏବଂ ଅନ୍ୟ ପଶ୍ଚିମ ରାଷ୍ଟ୍ରମାନେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ବଢ଼ାଇଛନ୍ତି।
Follow Us