ମିଛ ଖବର ପ୍ରସାରଣ ଉପରେ ଶାସ୍ତି ବିଧାନ ପାଇଁ ‘ଫେସ୍‌ବୁକ୍‌’ ଓ ‘ଟୁଇଟର୍‌’ ଉପରେ କଟକଣା ଲଗାଇଲା ରୁ‌ଷ୍‌

Advertisment
ମିଛ ଖବର ପ୍ରସାରଣ ଉପରେ ଶାସ୍ତି ବିଧାନ ପାଇଁ ‘ଫେସ୍‌ବୁକ୍‌’ ଓ ‘ଟୁଇଟର୍‌’ ଉପରେ କଟକଣା ଲଗାଇଲା ରୁ‌ଷ୍‌

Image Courtesy of Zee News

ଡୁସଲ୍‌ଡଫ୍‌: ୟୁକ୍ରେନ୍‌ ଯୁଦ୍ଧ ସଂକ୍ରାନ୍ତରେ କ୍ରେମ୍‌ଲିନ୍‌ ନୀତି ଅନୁସାରେ ଖବର ପ୍ରସାରଣ କରୁ ନ ଥିବା ଗଣମାଧ୍ୟମ ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ଦମନ କରିବାକୁ ଯାଇ ‘ଫେସ୍‌ବୁକ୍‌’ ଓ ‘ଟୁଇଟର୍‌’ ବ୍ଲକ୍‌ କରାଇ ରୁଷୀୟ ରାଷ୍ଟ୍ରପତି ଗୋଟାଏ ଚିଠାରେ ସ୍ବାକ୍ଷର କରି ତାହାକୁ ଆଇନରେ ପରିଣତ କରିଛନ୍ତି।

ଏହି ଆଇନ ଅନୁସାରେ, ମସ୍କୋ ଯେଉଁ ‘ରିପୋର୍ଟ’କୁ (ଖବର) ମିଛ ବୋଲି ବିବେଚନା କରିବ ତାହାକୁ ଅପରାଧ ବୋଲି ଧରାଯିବ ଏବଂ ଯେଉଁମାନେ ଉଦ୍ଦେଶ୍ୟମୂଳକ ଭାବେ ଏହାକୁ ପ୍ରସାରଣ କରିଥିବେ ସେମାନଙ୍କୁ ୧୫ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ।

ଶୁକ୍ରବାର ଦିନ କ୍ରେମ୍‌ଲିନ୍‌ ‘ବିବିସି’, ଯୁକ୍ତରାଷ୍ଟ୍ର ଆମେରିକୀୟ ସରକାରଙ୍କ ପାଣ୍ଠିରେ ଚାଳିତ ‘ଭଏସ୍‌ ଅଫ୍ ଆମେରିକା’ ଏବଂ ‘ରେଡିଓ ଫ୍ରି ‌ୟୁରୋପ୍‌’/‘ରେଡିଓ ଲିବର୍ଟି’ ଜର୍ମାନ୍ ପ୍ରସାରଣ ‘ଡଏଚୁୱେଲ’ ଏବଂ ଲାଟ୍‌ଭିଆର ୱେବ୍‌ସାଇଟ୍‌ ‘ମେଡୁଜା’ର ରିପୋର୍ଟିଙ୍ଗ୍‌ ବ୍ଲକ୍‌ କରାଯିବା ପରେ ପ୍ରଖ୍ୟାତ ସାମାଜିକ ଗଣମାଧ୍ୟମ କମ୍ପାନି ଉପରେ  କଟକଣା ଲଗାଯାଇଛି।

publive-image Image Courtesy of AP News

‘ପ୍ରୋସେକ୍ୟୁଟର୍‌ ଜେନେରାଲ୍‌’ଙ୍କ କାର୍ଯ୍ୟାଳୟର ନିଷ୍ପତ୍ତି ଅନୁସାରେ ‘ଟୁଇଟର୍‌’ ଓ ‘ଫେସ୍‌ବୁକ୍‌’ ଆକାଉଣ୍ଟ୍‌ ବ୍ଲକ୍‌ କରିଥିବା କଥା ରାଷ୍ଟ୍ରାୟତ ଯୋଗାଯୋଗ ପ୍ରତିଷ୍ଠାନ ‘ରୋସ୍‌କୋମ୍‌ନାଦଜର୍‌’ କହିଛି।

ସମ୍ବାଦ ସରବରାହ ସଂସ୍ଥାନଗୁଡ଼ିକ ପ୍ରତି କଟକଣା ଲାଗୁ ନିମନ୍ତେ ପ୍ରସ୍ତାବିତ ଚିଠାକୁ ଗତକାଲି କ୍ରେମ୍‌ଲିନ୍‌-ନିୟନ୍ତ୍ରଣରେ ପରିଚାଳିତ ସଂସଦର ଉଭୟ ଗୃହ ତୁରନ୍ତ ସମ୍ମତି ପ୍ରଦାନ କରିବା ପରେ ରାଷ୍ଟ୍ରପତି ପୁଟିନ୍‌ ସ୍ବାକ୍ଷର କରିଥିଲେ। ଯୁଦ୍ଧ ସଂକ୍ରାନ୍ତ କୌଣସି ବିବରଣୀ ରୁଷ୍‌ ସରକାରଙ୍କ ବିରୁଦ୍ଧାଚରଣ କରୁଥିଲେ ଏହି ଆଇନ ଅନୁସାରେ ୧୫ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe