ବୁଝାମଣା ପାଇଁ ପ୍ରସ୍ତୁତ ବୋଲି ପୁଟିନ୍‌ କହୁଥିବା ବେଳେ ବଡ଼ଦିନରେ ବି ୟୁକ୍ରେନ୍‌ ଉପରେ ବୋମା ବୃଷ୍ଟି କଲା ରୁଷ୍‌

Advertisment
ବୁଝାମଣା ପାଇଁ ପ୍ରସ୍ତୁତ ବୋଲି ପୁଟିନ୍‌ କହୁଥିବା ବେଳେ ବଡ଼ଦିନରେ ବି ୟୁକ୍ରେନ୍‌ ଉପରେ ବୋମା ବୃଷ୍ଟି କଲା ରୁଷ୍‌

ନୂଆଦିଲ୍ଲୀ: ୟୁକ୍ରେନ୍‌ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ କହିବା ସତ୍ତ୍ବେ ବଡ଼ଦିନରେ ମଧ୍ୟ କେତେକ ୟୁକ୍ରେନୀୟ ନଗରୀ ଉପରେ ରୁଷୀୟ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା।

ୟୁକ୍ରେନ୍‌ର ଶୀର୍ଷସ୍ତରୀୟ ସେନା କମାଣ୍ଡ୍‌ଙ୍କ କହିବା ଅନୁସାରେ, କୁପିଆନ୍‌ସ୍କ-ଲିମ୍ୟାନ୍‌ ସୀମାନ୍ତ ଅଞ୍ଚଳ ଅନ୍ତର୍ଗତ ୨୫ଟି ନଗରୀରେ ରୁଷ୍‌ ବୋମା ବର୍ଷଣ ଜାରି ରଖିବା ବେଳେ ଖାର୍କିଭ୍‌ ଅଞ୍ଚଳର କୁପିଆନ୍‌ସ୍କ ଜିଲ୍ଲାରେ ୧୦ରୁ ଅଧିକ ରକେଟ୍‌ ଆକ୍ରମଣ କରାଯାଇଛି।

ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରାୟତ ଟେଲିଭିଜନ୍‌ ‘ରୋସିଆ ୧’ରେ ରବିବାର ଦିନ ପ୍ରସାରିତ ସାକ୍ଷାତ୍‌କାରରେ ପୁଟିନ୍‌ କହିଥିଲେ, ଗ୍ରହଣୀୟ ସମାଧାନ ସମ୍ପୃକ୍ତ ଥିବା ସମସ୍ତଙ୍କ ସହିତ ଆମେ ବୁଝାମଣା କରିବାକୁ ପ୍ରସ୍ତୁତ ଅଛୁ। ଆମେ ବୁଝାମଣାକୁ ପ୍ରତ୍ୟାଖ୍ୟାନ କରୁନାହୁଁ, ସେମାନେ କରୁଛନ୍ତି।

publive-image Image Courtesy of Inquirer

‌ସେପଟେ, ଜେଲେନ୍‌ସ୍କିଙ୍କର ଅନ୍ୟତମ ଉପଦେଷ୍ଟା ମିଖାଇଲୋ ପୋଡୋଲିୟାକ୍‌ କହିଛନ୍ତି, ପୁଟିନ୍‌ ବାସ୍ତବତାକୁ ଗ୍ରହଣ କରନ୍ତୁ ଓ ରୁଷ୍‌ ଆଲୋଚନା କରିବାକୁ ଚାହୁଁନାହିଁ ବୋଲି ସ୍ବୀକାର କରନ୍ତୁ। ଟୁଇଟ୍‌ କରି ସେ ଲେଖିଛନ୍ତି: ରୁଷ୍‌ କାହାରି ସହାୟତା ବିନା ୟୁକ୍ରେନ୍‌ ଆକ୍ରମଣ କରି ୟୁକ୍ରେନ୍‌ବାସୀଙ୍କୁ ହତ୍ୟା କରୁଛି। ରୁଷ୍‌ ବୁଝାମଣା ଚାହୁଁନାହିଁ। ଦାୟିତ୍ବ ଏଡ଼ାଇବାକୁ ଚାହୁଁଛି।

ରୁଷ୍‌ର ଯାହା ଥିଲା ସବୁ ଏ ବର୍ଷ ହରାଇଛି। ମୁଁ ଜାଣେ, ଆକ୍ରମଣକାରୀକୁ ପୁଣି ପରାସ୍ତ କରିବା ଲାଗି ଅନ୍ଧକାର ଆମକୁ ବାଧା ଦେବନାହିଁ। କିନ୍ତୁ, ଯେକୌଣସି ପରିସ୍ଥିତି ନିମନ୍ତେ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ବଡ଼ଦିନ ଅବସରରେ ସନ୍ଧ୍ୟାକାଳୀନ ଭିଡିଓ ଉଦ୍‌ବୋଧନରେ ପୋଡୋଲିୟାକ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe