ୟୁକ୍ରେନ୍‌ ଆକ୍ରମଣ ‌ହେତୁ ଇସ୍ତଫା ଦେବାକୁ ଚାହିଁଲେ ରୁଷ୍‌ କେନ୍ଦ୍ରୀୟ ବ୍ୟାଙ୍କ୍‌ ମୁଖ୍ୟ; ପୁଟିନ୍‌ କହିଲେ, ନାଁ: ରିପୋର୍ଟ

Advertisment
ୟୁକ୍ରେନ୍‌ ଆକ୍ରମଣ ‌ହେତୁ ଇସ୍ତଫା ଦେବାକୁ ଚାହିଁଲେ ରୁଷ୍‌ କେନ୍ଦ୍ରୀୟ ବ୍ୟାଙ୍କ୍‌ ମୁଖ୍ୟ; ପୁଟିନ୍‌ କହିଲେ, ନାଁ: ରିପୋର୍ଟ

Image Courtesy of NDTV

ମସ୍କୋ: ୟୁକ୍ରେନ୍‌ ଆକ୍ରମଣ କରିବା ଲାଗି ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଆଦେଶ ଦେବା ପରେ ରୁଷ୍‌ର ‘ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌’ ଗଭର୍ଣ୍ଣର୍‌ ଏଲ୍‌ଭିରା ନବିଉଲିନା ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ, ରାଷ୍ଟ୍ରପତି ପୁଟିନ୍‌ ତାଙ୍କୁ ରହିବାକୁ କହିଥିବା କଥା ଏ ସଂକ୍ରାନ୍ତରେ ଅବଗତ ଥିବା ୪ଜଣ ବ୍ୟକ୍ତି କହିଛନ୍ତି।

ଗତ ସପ୍ତାହରେ ଆଉ ୫ ବର୍ଷ ପାଇଁ ‘ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌’ର ଗଭର୍ଣ୍ଣର୍‌ ଭାବେ ମନୋନୀତା ହୋଇଥିବା ନବିଉଲିନା ବର୍ତ୍ତମାନ କି, ମତପୋଷଣ କରୁଛନ୍ତି ତାହା ଜଣାପଡ଼ିନାହିଁ। ଏବେ ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ର ମୁଖ୍ୟ ପଦବୀରୁ ଓହରି ଯିବା ନିଷ୍ପତ୍ତିକୁ ରାଷ୍ଟ୍ରପତି ବିଶ୍ବାଘାତକତା ବୋଲି ମନେକରିପାରନ୍ତି। କାରଣ, ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ସେ ପ୍ରାୟ ୨ ଦଶନ୍ଧି ଧରି କାମ କରିଛନ୍ତି।

publive-image Image Courtesy of Bloomberg

ପୁନଃନିଯୁକ୍ତି ସଂକ୍ରାନ୍ତରେ ୫୮ ବର୍ଷୀୟ ନବିଉଲିନା ସର୍ବସାଧାରଣରେ କ‌ୌଣସି ମନ୍ତବ୍ୟ ଦେଇ ନାହାନ୍ତି କି, ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର ଦେଇନାହାନ୍ତି। ‘ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌’ର ପ୍ରେସ୍‌ କିଂବା କ୍ରେମ୍‌ଲିନ୍‌ ମୁଖପାତ୍ର ମଧ୍ୟ ଏ ସଂକ୍ରାନ୍ତ‌ରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି। କିନ୍ତୁ, ଏହି ରିପୋର୍ଟ ପ୍ରକାଶ ପାଇବା ପରେ କେନ୍ଦ୍ରୀୟ ବ୍ୟାଙ୍କ୍‌ର ପ୍ରେସ୍ ସର୍ଭିସ୍‌ ସମ୍ବାଦ ସରବରାହ ସଂସ୍ଥାନ ବିଶେଷ ବିବରଣୀ ନ ଦେଇ ‘ଟାସ୍‌’କୁ କହିଛି ଯେ, ଏ ଖବରର ବାସ୍ତବତା ସହ କୌଣସ ସମ୍ପର୍କ ନାହିଁ।

ସୂଚନାଯୋଗ୍ୟ, ନବିଉଲିନା ନିବେଶକମାନଙ୍କର ଅତି ପ୍ରିୟ ଏବଂ ‘ୟୁରୋମନି’ ଓ ‘ଦି ବ୍ୟାଙ୍କର୍‌’ ଆଦି ପ୍ରକାଶକମାନେ ତାଙ୍କୁ ବିଶ୍ବର ଶ୍ରେଷ୍ଠ ‘ମନିଟାରି ପଲିସି ମେକର୍ସ’ ଭାବେ ପ୍ରଶଂସା କରିନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe