ୟୁକ୍ରେନ୍‌ ଯୁଦ୍ଧ ପାଇଁ ବୃଦ୍ଧ ଓ ରୁଗ୍‌ଣମାନଙ୍କୁ ସେନାରେ ଭର୍ତ୍ତି କରାଯାଇଥିବାରୁ ଭୁଲ୍‌ ସ୍ବୀକାର କଲା ରୁଷ୍‌

ୟୁକ୍ରେନ୍‌ ଯୁଦ୍ଧ ପାଇଁ ବୃଦ୍ଧ ଓ ରୁଗ୍‌ଣମାନଙ୍କୁ ସେନାରେ ଭର୍ତ୍ତି କରାଯାଇଥିବାରୁ ଭୁଲ୍‌ ସ୍ବୀକାର କଲା ରୁଷ୍‌

Image Courtesy of NDTV

ମସ୍କୋ: ୟୁକ୍ରେନ୍‌ ଯୁଦ୍ଧ ପାଇଁ ଉପସ୍ଥିତ ହେବାକୁ ଶିକ୍ଷାର୍ଥୀ, ବୃଦ୍ଧ ଓ ରୁଗ୍‌ଣମାନଙ୍କୁ ସେନାବାହିନୀ ଆଦେଶ ଦେଇ ଯେଉଁ ଭୁଲ୍‌ କରିଛି ତାହାକୁ ସୁଧାରିବା ପାଇଁ ରବିବାର ଦିନ ରୁଷୀୟ ସରକାରୀ କର୍ତ୍ତୃପକ୍ଷମାନେ ପ୍ରତିଶ୍ରୁତି ଦେଇଛନ୍ତି।

ବୁଧବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍ ‘ପାର୍ସିଆଲ୍‌ ମୋବିଲାଇଜେସନ୍‌’ (ଯୁଦ୍ଧରେ ସାଧାରଣ ଜନତାଙ୍କ ସମ୍ପୃକ୍ତି) ଘୋଷଣା କରିବା ବେଳେ କହିଥିଲେ କି, କେବଳ ଦକ୍ଷତା ଅଥବା ସାମରିକ ଅଭିଜ୍ଞତା ଥିବା ଲୋକମାନଙ୍କୁ ସେନାରେ ଭର୍ତ୍ତି କରାଯିବ।

କିନ୍ତୁ, କେତେକ କ୍ଷେତ୍ରରେ ଯୁଦ୍ଧ ପାଇଁ ଅସମର୍ଥ ବ୍ୟକ୍ତିମାନଙ୍କୁ ସରକାରୀ କର୍ତ୍ତୃପକ୍ଷମାନେ ଡକାଇବା ଭଳି ଉଦ୍ଭଟ ପରିସ୍ଥିତି ଦେଖା ଦେବାରୁ ସର୍ବସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଥିଲା।

ଦୃଷ୍ଟାନ୍ତସ୍ବରୂପ, ଦକ୍ଷିଣପଶ୍ଚିମ ରୁଷୀୟ ଅଞ୍ଚଳ ଭୋଲ୍‌ଗୋଗ୍ରାଦ୍‌ରେ ସରକାରୀ କର୍ତ୍ତୃପକ୍ଷମାନେ ମଧୁମେହ ରୋଗାକ୍ରାନ୍ତ ଜଣେ ୬୩ ବର୍ଷିୟ ପୂର୍ବତନ ସେନା କର୍ମଚାରୀଙ୍କୁ ତାଲିମ ଶିବିରକୁ ପଠାଇଛନ୍ତି।

publive-image Image Courtesy of Anews

ରୁଗ୍‌ଣ ସ୍ବାସ୍ଥ୍ୟାବସ୍ଥା ଓ ମସ୍ତିଷ୍କ ସମସ୍ୟା ଥିବା ୬୩ ବର୍ଷିୟ ଉକ୍ତ ବ୍ୟକ୍ତିଜଣକ ଶୁକ୍ରବାର ରାତିରେ ଘରକୁ ଫେରିଯାଇଥିବା କଥା ରାଷ୍ଟ୍ରାୟତ ରୁଷୀୟ ସମ୍ବାଦ ସରବରାହ ସଂସ୍ଥାନ ‘ଆର୍‌ଆଇଏ ନୋଭୋସ୍ତି’ କହିଛି।

ସାମରିକ ଅଭିଜ୍ଞତା ନ ଥାଇ ମଧ୍ୟ ସେହି ଅଞ୍ଚଳରୁ ଆଲେକ୍‌ଜେଣ୍ଡର୍‌ ଫଲ୍‌ତିନ୍‌ ନାମରେ ଜଣେ ୫୮ ବର୍ଷିୟ ସ୍କୁଲ୍‌ ନିର୍ଦେଶକଙ୍କୁ ଯୁଦ୍ଧ କରିବା ପାଇଁ ନିଯୁକ୍ତି ଦିଆଯାଇଛି। ଏ ସଂକ୍ରାନ୍ତରେ ତାଙ୍କ ଝିଆ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଥିବା ଭିଡିଓ ଭାଇରାଲ୍‌ ହୋଇଛି।

ତାଙ୍କର କାଗଜପତ୍ର ଯାଞ୍ଚ କରିବା ପରେ ତାଙ୍କୁ ଘରକୁ ଫେରିଯିବାକୁ ଅନୁମତି ଦେଇଛନ୍ତି।

ଭୁଲ୍‌ ଏଡ଼ାଇବା ପାଇଁ ଉଚ୍ଚ ସଦନର ବାଚସ୍ପତି ଭାଲେନ୍ତିନା ମାତଭିୟେଙ୍କୋ ରବିବାର ଦିନ ‘ମୋବିଲାଇଜେସନ୍‌ ଅଭିଯାନ’ର ତତ୍ତ୍ବାବଧାନ କରୁଥିବା ସମସ୍ତ ଗଭର୍ଣ୍ଣର୍‌ମାନଙ୍କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe