Image Courtesy of Mint
ୱାସିଂଟନ୍: ଖୁବ୍ ଶୀଘ୍ର ରୁଷ୍ ୟୁକ୍ରେନ୍ ଆକ୍ରମଣ କରିପାରେ ବୋଲି ଶୁକ୍ରବାର ଦିନ କହିବା ସହ ୪୮ ଘଣ୍ଟା ମଧ୍ୟରେ ସେ ଦେଶ ଛାଡ଼ି ଚାଲିଯିବାକୁ ଆମେରିକା ତା’ର ନାଗରିକମାନଙ୍କୁ କହିଛି।
ହ୍ବାଇଟ୍ ହାଉସ୍ ଜାତୀୟ ନିରାପତ୍ତା ଉପଦେଷ୍ଟା ଜେକ୍ ସୁଲିଭାନ୍ ସାମ୍ବାଦିକମାନଙ୍କୁ କହିଛନ୍ତି, ୟୁକ୍ରେନୀୟ ସୀମାନ୍ତରେ ଆହୁରି ସୈନ୍ୟ ପହଞ୍ଚିବା ସମେତ ଆମେ ରୁଷୀୟ ଯୁଦ୍ଧ ପ୍ରସ୍ତୁତି ବୃଦ୍ଧି ପାଉଥିବାର ଲକ୍ଷଣ ଦେଖି ଆସୁଛୁ। ଏବେ ବିପଦର ସମ୍ଭାବନା ଯଥେଷ୍ଟ ଅଧିକ ଏବଂ ଆସନ୍ନ ମଧ୍ୟ।
ଯଦି ରୁଷ୍ ୟୁକ୍ରେନ୍ ଆକ୍ରମଣ କରେ, ତେବେ ପ୍ରଥମେ ଆକାଶରୁ ବୋମା ବର୍ଷଣ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିବ। ଫଳତଃ, ଦେଶ ଜାତି ନିର୍ବିଶେଷରେ ସାଧାରଣ ନାଗରିକମାନଙ୍କର ଜୀବନହାନୀ ଘଟିବ।
ସୁଲିଭାନ୍ ଆହୁରି ମଧ୍ୟ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକା ଗୁଇନ୍ଦାର ମନେହୁଏ, କିଭ୍ ଉପରେ ଦ୍ରୁତ ଆକ୍ରମଣର ସମ୍ଭାବନା ରହିଛି ଏବଂ ଫେବ୍ରୁଆରି ୨୦ରେ ଶୀତକାଳୀନ ଅଲିମ୍ପିକ୍ କ୍ରୀଡ଼ା ଶେଷ ହେବା ଆଗରୁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଆକ୍ରମଣ ପାଇଁ ଆଦେଶ ଦେଇ ପାରନ୍ତି। କିନ୍ତୁ, ଆକ୍ରମଣ ଆଦେଶ ଦିଆଯାଇଛି କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
Image Courtesy of Reutersରାଷ୍ଟ୍ରପତି ବାଇଡେନ୍ ଏବଂ ସଚିବ ବ୍ଲିଙ୍କେନ୍ କହିସାରିଥିବା କଥାର ମୁଁ ପୁନରାବୃତ୍ତି କରୁଛି: ୟୁକ୍ରେନ୍ରେ ରହୁଥିବା ସମସ୍ତ ଆମେରିକୀୟମାନଙ୍କୁ ଆମେ ତୁରନ୍ତ ଚାଲିଆସିବାକୁ କହୁଛୁ। ଏ କଥା ଆମେ ସୁସ୍ପଷ୍ଟ କରି କହୁଛୁ: ୟୁକ୍ରେନ୍ରେ ଥିବା ଯେକୌଣସି ଆମେରିକୀୟ ଯଥା ଶୀଘ୍ର ସମ୍ଭବ ଚାଲି ଆସନ୍ତୁ, ସମ୍ଭବ ହେଲେ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଲିଆସନ୍ତୁ।
ଏହାଛଡ଼ା ସେ କହିଛନ୍ତି ଯେ, ଏଭଳି ସଙ୍କଟ ସମୟରେ ସେମାନଙ୍କର ଆଭିମୁଖ୍ୟର ସମନ୍ବୟ ସଂକ୍ରାନ୍ତରେ ଶୁକ୍ରବାର ଦିନ ରାଷ୍ଟ୍ରପତି ବାଇଡେନ୍ ଏବଂ ପ୍ରମୁଖ ମିତ୍ର ରାଷ୍ଟ୍ରମାନଙ୍କର ଭିଡିଓ କନ୍ଫରେନ୍ସ୍ ହୋଇଥିଲା। ଏଥିରେ ଇଂଲଣ୍ଡ୍, ଫ୍ରାନ୍ସ୍, ଜର୍ମାନି, ଇଟାଲି, କାନଡା, ପୋଲାଣ୍ଡ୍, ରୋମାନିଆ, ‘ନାଟୋ’ର ମହାନିର୍ଦେଶକ ଏବଂ ‘ଇଉରୋପୀୟ ସଂଘ’ର ଅଧ୍ୟକ୍ଷ ଅଂଶ ଗ୍ରହଣ କରିଥିଲେ।
କିନ୍ତୁ, ସେପଟେ, ୟୁକ୍ରେନ୍ ଆକ୍ରମଣ କରିବାର ଯୋଜନା ନାହିଁ ବୋଲି ମସ୍କୋ କହିବା ସହ କହିଛି ଯେ, ଦାବି ପୂରଣ ନ ହେଲେ ଅନିର୍ଦ୍ଧାରିତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ।
Follow Us